କନକ ବ୍ୟୁରୋ : ସାମ୍ନାକୁ ଆସୁଛି ବଡ଼ ଘର ବଡ଼ ଗୁମର କଥା । ଓଏଏସ ଅଫିସର ସାର୍ଥକ ସୌରଭ ମହାପାତ୍ରଙ୍କ ବିରୁଦ୍ଧରେ ପତ୍ନୀ ଅଭିଯୋଗ ଆଣିବା ମାମଲା । ମହିଳାଙ୍କ ବୟାନ ରେକର୍ଡ । ପୁଅ ଓ ସ୍ତ୍ରୀକୁ ଛାଡ଼ି ପଳାଇବା ପରେ ଥାନାରେ ଏତଲା ଦେଇଥିଲେ ପତ୍ନୀ ।
ବଳଙ୍ଗା ପୀଡ଼ିତାଙ୍କର ପୁଣି ଥରେ ବୟାନ ରେକର୍ଡ । ସୁସ୍ଥ ମାନସିକତା ଓ ସମ୍ପୂର୍ଣ୍ଣ ସହମତିରେ ୪ ଥର ବୟାନ ରେକର୍ଡ଼ କଲା ପୁଲିସ । ଦିଲ୍ଲୀ ଏମ୍ସରେ ଉପସ୍ଥିତ ଥିଲେ ବଳଙ୍ଗା ଥାନା ଅଧିକାରୀ, ପୁରୀ ହେଡ଼ କ୍ଵାଟର ମହିଳା DSP ଓ ସ୍ଥାନୀୟ ମାଜିଷ୍ଟ୍ରେଟ୍ ।
ଆଇସିସି କମିଟି ନହେଲେ ଦରମା ବନ୍ଦ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ କଡ଼ା ଚେତାବନୀ । ମାସେ ଭିତରେ ସବୁ କଲେଜରେ ଆଇସିସି କମିଟି କରିବାକୁ ଲକ୍ଷ୍ୟ । ଖିଲାପ କଲେ ହେବ କାର୍ଯ୍ୟାନୁଷ୍ଠାନ
ଅମାନବିକତାର ସୀମା ଟପିଲେ । ଯନ୍ତ୍ରୀଙ୍କୁ ପରିସ୍ରା ପିଆଇଦେଲେ ପିଅନ । ମୋହନା ଆର୍. ଉଦୟଗିରି RWSS ବିଭାଗୀୟ ଯନ୍ତ୍ରୀଙ୍କ ସାଙ୍ଘାତିକ ଅଭିଯୋଗ ପରେ ତଦନ୍ତ ଆରମ୍ଭ । ଗତ ୨୩ ତାରିଖ ରାତିରେ ପାଣି କହି ପିଇବାକୁ ଦେଇଥିଲେ ପରିସ୍ରା ।
ପୁରୀ ଶରଧାବାଲି ଦଳାଚକଟା ଘଟଣା । ମୁଖ୍ୟମନ୍ତ୍ରୀଙ୍କୁ ସଂଧ୍ୟା ସୁଦ୍ଧା ରିପୋର୍ଟ ଦେବେ ଉନ୍ନୟନ କମିଶନର ଅନୁ ଗର୍ଗ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ପ୍ରତିକ୍ରିୟା । ଜୁନ୍ ୨୯ ତାରିଖ ଭୋରରୁ ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଦଳାଚକଟାରେ ୩ ଜଣଙ୍କ ର ହୋଇଥିଲା ମୃତ୍ୟୁ ।
ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା । କହିଲେ, ଯେଉଁମାନେ ଦାୟୀ ସେମାନଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଯେତେ ବଡ଼ ଲୋକ ହେଲେ ବି ସମ୍ପୃକ୍ତି ଥିଲେ, କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ ।
ଜୟପୁରରୁ ସୁଭଦ୍ରା ତୃତୀୟ କିସ୍ତି ଅର୍ଥ ବାଣ୍ଟିବେ ସରକାର । ଅଗଷ୍ଟ ୯ ରେ କୋଟିଏରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟକୁ ଏକକାଳୀନ ଯିବ ଟଙ୍କା । ନୂଆ ହୀତାଧିକାରୀଙ୍କୁ ଯୋଡ଼ିବା ନେଇ ଚାଲିଛି ପ୍ରସ୍ତୁତି ।
ଆସିଲା ବହୁଚର୍ଚ୍ଚିତ ମହାରାଷ୍ଟ୍ର ମାଲେଗାଓଁ ବିସ୍ଫୋରଣର ରାୟ । ସାଧ୍ବୀ ପ୍ରଜ୍ଞାଙ୍କ ସମେତ ୭ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କଲେ କୋର୍ଟ । ୧୭ ବର୍ଷ ପରେ ରାୟ ଶୁଣାଇଲେ ସ୍ପେଶାଲ ଏନଆଇଏ କୋର୍ଟ ।
ଭାରତୀୟ କମ୍ପାନି ଉପରେ ଆମେରିକାର କଟକଣା । ଭାରତର ୭ କମ୍ପାନିଙ୍କୁ ଆମେରିକାରେ ନିଷିଦ୍ଧ କଲା ଟ୍ରମ୍ପ ପ୍ରଶାସନ । କଟକଣାର କାରଣ ଅସ୍ପଷ୍ଟ ।
ଆଜିଠୁ ଆଣ୍ଡରସନ-ତେନ୍ଦୁଲକର ଟ୍ରଫିର ଶେଷ ମ୍ୟାଚ୍ । ସିରିଜ୍ ବଞ୍ଚାଇବା ଲକ୍ଷ୍ୟରେ ଗିଲ୍ ବାହିନୀ । ଓଭାଲ ଗ୍ରାଉଣ୍ଡରେ ହେବ ନିର୍ଣ୍ଣାୟକ ମ୍ୟାଚ୍ । ମ୍ୟାଚ୍ ଜିତି ସିରିଜ ଡ୍ର ଲକ୍ଷ୍ୟରେ ଗିଲ୍ ବାହିନୀ ।