କନକ ବ୍ୟୁରୋ: ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣାରେ ବାପା ଓ ଭାଇଙ୍କୁ ଘନ ଘନ ଜେରା । ୪ ଦିନ ପରେ ପ୍ରେମିକଙ୍କ ନାଁରେ ଏତଲା, ତଥ୍ୟ ଯୋଗାଡ କରିବାକୁ ପଡୋଶୀଙ୍କ ସିସିଟିଭି ଯାଂଚ କଲା ତଦନ୍ତକାରୀ ଟିମ୍ ।

Advertisment

ଭୁବନେଶ୍ବର ପାତ୍ରପଡାରେ ମର୍ମନ୍ତୁଦ ଦୁର୍ଘଟଣା । ମାମୁ ଘରୁ ଫେରୁଥିବାବେଳେ ବାଟରେ ଜଗିଥିଲା ମୃତ୍ୟୁ, ରାସ୍ତା ପାର ହେଉଥିବାବେଳେ ମାଆ, ପୁଅ ଓ ଝିଅଙ୍କୁ ପିଟି ଦେଇ ଚାଲିଗଲା ଅଜଣା ଗାଡି । 

ରାକ୍ଷୀ ପୂର୍ଣ୍ଣିମାରେ ୧ କୋଟିରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ଡିବିଟି ଜରିଆରେ ଗଲା ସହାୟତା ରାଶି । ମୁଖ୍ୟମନ୍ତ୍ରୀ କହିଲେ, ମା ମାନଙ୍କ ସ୍ବପ୍ନ ପୂରଣର ନୂଆ ମାଧ୍ୟମ ସାଜିଛି ସୁଭଦ୍ରା, ଶାସକ ବିରୋଧୀ କଥା କଟାକଟି ।

କୋଟିଆରେ ଆଉ କାମ ଦେବନି ଆନ୍ଧ୍ରର ଚାଲ । କୋଟିଆବାସୀଙ୍କ ମନ ଜିଣିବାକୁ ମୋହନ ସରକାରଙ୍କ ଜୋରଦାର କସରତ । ବିକାଶର ନକ୍ସା ନିଜେ ପ୍ରସ୍ତୁତ କରୁଛନ୍ତି ମୁଖ୍ୟମନ୍ତ୍ରୀ । ରାଜସ୍ବ ମନ୍ତ୍ରୀ କହିଲେ, କୋଟିଆ ପ୍ରସଙ୍ଗରେ କେନ୍ଦ୍ର ସହ କଥା ହେଉଛନ୍ତି ସରକାର ।

ଓଟିଇଟି ପ୍ରଶ୍ନପତ୍ର ଲିକରେ ଗଡିବ କି ବଡମୁଣ୍ଡ ? ଦିଲ୍ଲୀ ସଂସ୍ଥାଠାରୁ ଆର୍ଥିକ ଦେଣନେଣ ନେଇ ଅଧିକ ତଥ୍ୟ ମାଗିଲା କ୍ରାଇମବ୍ରାଞ୍ଚ, ସ୍କାନରରେ ବୋର୍ଡ ସଭାପତି । ତାଲିକା ପ୍ରସ୍ତୁତ, ଖୁବଶୀଘ୍ର ଗିରଫଦାରୀ ।

ରଙ୍ଗ ବଦଳିଥିଲେ ବି ବଦଳିନି ସ୍ଥିତି । ରାଜ୍ୟରେ ଆଇସିୟୁରେ ୧୦୮ ଆମ୍ବୁଲାନ୍ସ, ଠିକା ସଂସ୍ଥା ଭରସାରେ ଚାଲିଛି ସେବା, କ୍ୟାପିଟାଲ ହସପିଟାଲରେ କନକ ନ୍ୟୁଜର ରିୟଲିଟି ଚେକ୍ । ରୋଗୀ ହନ୍ତସନ୍ତ, ନିଦାବିଷ୍ଣୁ ପାଲଟିଛି ସ୍ବାସ୍ଥ୍ୟ ବିଭାଗ ।

ଟ୍ରମ୍ପଙ୍କ ଟାରିଫ ମାଡର ପ୍ରଭାବ । ଦେଶର ପ୍ରମୁଖ କପଡା ଉତ୍ପାଦନକାରୀ ସହର ତାମିଲନାଡୁ ତିରିପୁରରେ ଉତ୍ପାଦନ ବନ୍ଦ, ବିକଳ୍ପ ଉପରେ ଚାଲିଛି ବିଚାର ।

ଅପରେସନ ସିନ୍ଦୂରକୁ ନେଇ ଭାରତୀୟ ବାୟୁସେନାର ବଡ଼ ସୂଚନା । ପାକିସ୍ତାନର ୫ ଯୁଦ୍ଧ ବିମାନକୁ କରାଯାଇଥିଲା ଧ୍ବଂସ, ଗେମ୍ ଚେଞ୍ଜର ସାବ୍ୟସ୍ତ ହୋଇଥିଲା ଏସ୍ ୪୦୦ ଡିଫେନ୍ସ ସିଷ୍ଟମ ।

ଦିଲ୍ଲୀରେ କାଳ ସାଜିଛି ଲଗାଣବର୍ଷା, ଭୁଶୁଡିଲା କୋଠା, ୮ ମୃତ । ସେପଟେ ରାସ୍ତାଘାଟରେ ପାଣି ଜମିବାରୁ  ଯାତାୟାତରେ ବାଧା, ଟ୍ରାଫିକ୍ ଜାମ୍ , ଅନେକ ବିମାନ ଉଡ଼ାଣ ବାତିଲ ।

ରାଜସ୍ଥାନ ରୟାଲ୍ସ ଛାଡ଼ି ପାରନ୍ତି ସଞ୍ଜୁ ସାମସନ । ଚେନ୍ନାଇ ପକ୍ଷରୁ ୨୦୨୬ ଆଇପିଏଲ୍ ଖେଳିବା ସମ୍ଭାବନା, ନିଷ୍ପତ୍ତି ପଛରେ ବୈଭବ ସୂର୍ଯ୍ୟବଂଶୀ ବୋଲି ଚର୍ଚ୍ଚା ।