କନକ ବ୍ୟୁରୋ: ଏମ୍ସରେ ଚାକିରି ଜାଲିଆତି ଘଟଣା । ଭୁବନେଶ୍ବର ଏମ୍ସରେ ସିବିଆଇର ଚଢ଼ାଉ । ଏମ୍ସରେ କାମ କରୁଥିବା କର୍ମଚାରୀ ଓ ୪ ସମ୍ପର୍କୀୟଙ୍କ ଘରେ ଚାଲିଛି ଖୋଳତାଡ଼ ।
ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣା । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ପୀଡ଼ିତାଙ୍କ ଘରେ ପହଞ୍ଚିଲା ସାଇଣ୍ଟିଫିକ୍ ଓ ଫରେନସିକ୍ ଟିମ୍ । ଖୁବଶୀଘ୍ର ସାମ୍ନାକୁ ଆସିବ ସତ ।
ଏପଟେ ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣାରେ ନୂଆମୋଡ଼ । ଗିରଫ ପୁରୁଷବନ୍ଧୁଙ୍କ ବାପା-ମା’ ଆଣିଲେ ସାଙ୍ଘାତିକ ଅଭିଯୋଗ। କହିଲେ, ଆମ ପୁଅ ନିର୍ଦ୍ଦୋଷ । ଝିଅର ବାପା-ମା’ ତାକୁ ମାରି ଥାନାରେ କରିଛନ୍ତି ମିଛ ଅଭିଯୋଗ ।
ପୁରୀ ମୋଚି ସାହି ନିକଟରେ ଫୁଟିଲା ବୋମା । ପୂର୍ବ ଶତ୍ରୁତାରୁ ନୂଆ ତୋଟା ଜାଗା ଘର ନିକଟରେ ବୋମା ଫିଙ୍ଗି ୩ ଦୁର୍ବୃତ୍ତ ଫେରାର, ଘଟଣାସ୍ଥଳରେ ପୁଲିସ୍ ଛାନଭିନ୍ ।
ଯାତ୍ରା କଳାକାର ସୋନାଲି ଓ ଶ୍ରୀକ୍ଷେତ୍ରଙ୍କ ମାମଲାରେ ନୂଆ ମୋଡ଼ । ବାପାକୁ ନିର୍ଦ୍ଦୋଷରେ ଛାଡ଼ିବାକୁ ଥାନାରେ ନାବାଳକ ପୁଅର ଗୁହାରି । ଶିଶୁ ମଙ୍ଗଳ ଅଧିକାରଙ୍କ କାର୍ଯ୍ୟାଳୟରୁ ପୁଅକୁ ଛାଡ଼ିବା ପାଇଁ ଶ୍ରୀକ୍ଷେତ୍ରଙ୍କ ନିବେଦନ ।
ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ୩ ନମ୍ବର କାଟାଗୋରିକୁ ଖସିଲା ଓଡ଼ିଶା । କଳାହାଣ୍ଡି, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାରେ ସ୍ଥିତି ଉଦବେଗଜନକ । ତଥ୍ୟ ଲୁଚାଉଛନ୍ତି କି ରାଜ୍ୟ ସରକାର, ଉଠିଲା ପ୍ରଶ୍ନ?
ମଦ ପିଇ ଆମ୍ବୁଲାନ୍ସ ଚଳାଇବା ପଡ଼ିଲା ମହଙ୍ଗା । ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶ ପରେ ବିଦା ହେଲେ ନିଶାସକ୍ତ ଡ୍ରାଇଭର, ସେପଟେ ମୟୂରଭଞ୍ଜରେ ୧୦୮ ଆମ୍ବୁଲାନ୍ସ ସେବା ବନ୍ଦ, ରୋଗୀ ସେବା ପ୍ରଭାବିତ ।
ନିଆଁ ଲାଗି ଜଳିଗଲା ଟ୍ରକ୍ । ଛତ୍ରପୁର ଜାତୀୟ ରାଜପଥ ନିକଟରେ ଟ୍ରକରେ ଲାଗିଲା ନିଆଁ । ପୋଡିଗଲା ୩୦ରୁ ଉର୍ଦ୍ଧ୍ବ ବ୍ୟାଟେରୀ ଗାଡି, ଘଣ୍ଟାଏ କସରତ ପରେ ନିଆଁକୁ ଆୟତ କଲା ଅଗ୍ନିଶମ ।
ଉତ୍ତରାଖଣ୍ଡ ଉତ୍ତରକାଶୀ ଟ୍ରାଜେଡି । ଇସ୍ରୋ ଜାରି କଲା ଭୂସ୍ଖଳନ ପୂର୍ବ ଓ ପରର ଚିତ୍ର, ମାଟି ତଳୁ ଆଜି ବି ଚାଲିଛି ଜୀବନ ଖୋଜା । ସେନା, ଏନଡିଆରଫ୍ ଦ୍ବାରା କରାଯାଉଛି ଏୟାରଲିଫ୍ଚ ।
କେନ୍ଦ୍ର କ୍ୟାବିନେଟରେ ୫ଟି ପ୍ରକଳ୍ପକୁ ମଞ୍ଜୁରୀ । ଏଥିପାଇଁ ୫୨ ହଜାର ୬୬୭ କୋଟି ବ୍ୟୟବରାଦ, ଶିକ୍ଷା, ତୈଳ, ପୂର୍ବାଞ୍ଚଳ ଉନ୍ନତି କ୍ଷେତ୍ରରେ ହେବ ଖର୍ଚ୍ଚ ।