କନକ ବ୍ୟୁରୋ: ପୁଣି ନିଆଁରେ ଜଳିଗଲେ ଛାତ୍ରୀ । କିରୋସିନ ଢାଳି ଦେହରେ ନିଆଁ ଲଗାଇଦେଲେ ପଟ୍ଟାମୁଣ୍ଡାଇ ଯୁବତୀ । ଥାନା ବାବୁଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ, ଏସପି କହିଲେ, ମୁଁ ନିଜେ ତଦନ୍ତ କରିବି ।
ସ୍କୁଲ, କଲେଜ ପରେ ଏବେ ବଦଳିବ ସରକାରୀ ଅଫିସର ରଙ୍ଗ । ଏଣିକି ଗେରୁଆ ରଙ୍ଗରେ ସଜେଇ ହେବ ରାଜ୍ୟ ସରକାରୀ କାର୍ଯ୍ୟାଳୟ । ବିଜ୍ଞପ୍ତି ପରେ ରଙ୍ଗକୁ ନେଇ ତେଜିଲା ରାଜନୀତି ।
ଓଡ଼ିଆ ଭାଷାରେ ସାଇନ୍ ବୋର୍ଡ ଲେଖିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶ । ନଲେଖିଲେ ଗଣିବେ ମୋଟା ଅଙ୍କର ଜରିମାନା ।
୨୦ ଘଣ୍ଟାରୁ ଅଧିକ ସମୟ ପଡି ରହିଲା ମୃତଦେହ । ଝିଅକୁ ବାପାର ମୁଖାଗ୍ନୀ ଦେବାକୁ ଦେଲେନି ଗ୍ରାମବାସୀ, ଶେଷରେ ମୁଖାଗ୍ନୀ ଦେଲେ ପୁତୁରା ।
ଚର୍ଚ୍ଚାରେ ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କ ବିବାହ ଭୋଜି । ଦିଲ୍ଲୀରେ ଆୟୋଜିତ ପାର୍ଟିରେ ସୋନିଆଙ୍କ ସମେତ ବହୁ ବରିଷ୍ଠ ନେତା ସାମିଲ, ଭୋଜି ସହିତ ରାଜ୍ୟସଭା ରାଜନୀତି ଯୋଡ଼ିଲେ ବିଶେଷଜ୍ଞ ।
ସମ୍ବଲପୁରରେ ଭିଜିଲାନ୍ସ ରେଡ୍ । ଡ୍ରଗ୍ସ କଣ୍ଟ୍ରୋଲର ଅଫିସର ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସର ଦେବାଶିଷ ପଣ୍ଡାଙ୍କ ଘରେ ଚଢାଉ । ସେପଟେ କେନ୍ଦୁଝରରେ ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଆସିଷ୍ଟାଣ୍ଟ ରେକର୍ଡ କିପର୍ ।
ଟ୍ରମ୍ପଙ୍କ ଟାରିଫ ଲାଗୁ ଚେତାବନୀ ପରେ ରୁଷ ବି ରଖିଲା ପ୍ରତିକ୍ରିୟା । କହିଲା, କିଏ କାହା ସହ ବାଣିଜ୍ୟ କରିବ ଏହା ବ୍ୟକ୍ତିଗତ ନିଷ୍ପତ୍ତି ।
ଉଦଘାଟିତ ହେଲା ସେଣ୍ଟ୍ରାଲ ଭିଷ୍ଟାର ନୂତନ କୋଠା 'କର୍ତ୍ତବ୍ୟ ଭବନ' । ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କୋଠାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ, କାର୍ମିକ ଏବଂ ତାଲିମ ବିଭାଗ ।
ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ... ଚାଲିଗଲା ୨ ଜୀବନ । ବିସ୍ଫୋରଣର କାରଣ ଅସ୍ପଷ୍ଟ, ତଦନ୍ତ ନିର୍ଦ୍ଦେଶ ଦେଲା ପ୍ରଶାସନ ।
ବଢିବ ସେନାର ଶକ୍ତି । ୬୭ହଜାର କୋଟି ଟଙ୍କାର ରକ୍ଷା ଚୁକ୍ତିକୁ କେନ୍ଦ୍ରର ମଞ୍ଜୁରୀ, ତିନି ସେନା ପାଇଁ କିଣାଯିବ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ସ୍ୱଦେଶୀ ରକ୍ଷା ଉତ୍ପାଦନକୁ ଯୋଗାଇବ ପ୍ରୋତ୍ସାହନ ।