କନକ ବ୍ୟୁରୋ: ୧୫ଦିନର ସଂଘର୍ଷ ପରେ ନୀରବି ଗଲେ ବଳଙ୍ଗା ନାବାଳିକା । ଭୁବନେଶ୍ବରରେ ପହଁଚିବା ପରେ ପୈତୃକ ଗାଁକୁ ଯିବ ମୃତଦେହ, ସନ୍ଦେହ ବଢ଼ାଇଲା ପୁଲିସର ସୋସିଆଲ ମିଡିଆ ପୋଷ୍ଟ । ବରିଷ୍ଠ ଆଇନଜୀବୀ କହିଲେ, ମୃତ୍ୟୁକାଳିନ ଜମାନବନ୍ଦୀ ବଢ଼ାଇପାରେ ପୁଲିସର ଅଡୁଆ । ବିରୋଧୀ-ଶାସକ କଥା କଟାକଟି ।
ଦାଦନ ଦେଲା ଦୁଃଖ । ପେଟ ପାଇଁ ଆନ୍ଧ୍ର ପ୍ରଦେଶକୁ ଯାଇଥିବା ୮ ଓଡିଆଙ୍କ ମୃତ୍ୟୁ । ବାପଟ୍ଲା ପଥର ଖାଦାନ ବିସ୍ଫୋରଣରେ ଚାଲିଗଲା ଜୀବନ । ମୃତ ଶ୍ରମିକ ଦିଗପହଣ୍ଡି, ମୋହନା ଓ ଧରାକୋଟ ଅଞ୍ଚଳର ।
ଓଟିଇଟି ପ୍ରଶ୍ନ ପତ୍ର ଚୋରି ମାମଲାରେ ଗିରଫ ପରେ ଜେଲ୍ ଗଲେ ବଡ଼ ବାବୁ । ତିନି ଥର ପଚରାଉଚରା ପରେ ବୋର୍ଡ ଉପସଭାପତି ନିହାର ମହାନ୍ତିଙ୍କୁ ବାନ୍ଧିଥିଲା ପୁଲିସ । କ୍ରାଇମବ୍ରାଞ୍ଚ ଡିଜିଙ୍କ ସୂଚନା, ଅନ୍ୟତମ କାର୍ପଟଦାର ଜିତନ ମହାରଣାଙ୍କ ସହ ବାରମ୍ବାର କଥା ହୋଇଥିଲେ ନିହାର ମହାନ୍ତି ।
୭୦ ପରିବାର ରହୁଥିବା ଗାଁର ଜମିମାଲିକ ଜଣେ । ପଟ୍ଟା ତାଙ୍କ ନାଁରେ ଥିବା କହି ଘର ଛାଡିବାକୁ ଦେଉଛନ୍ତି ଧମକ, କୋର୍ଟରେ ମାମଲା, ତଦନ୍ତ ଚାଲିଥିବା କହି ପ୍ରସଙ୍ଗ ଏଡାଉଛନ୍ତି ତହସିଲଦାର ।
ଜୟପୁର ମୁଖ୍ୟ ଡାକ୍ତରଖାନାର ଅଜବ ସ୍ଥିତି । ପିଜି ପରୀକ୍ଷା ପାଇଁ ଛୁଟିରେ ଚାଲିଗଲେ ୨୨ ଡାକ୍ତର, ରୋଗୀ ସେବା ଠପ୍--୫ ତାରିଖ ଯାଏଁ ultrasound ହୋଇପାରିବ ନାହିଁ ବୋଲି ଲାଗିଲା ନୋଟିସ ।
ଯେତେ ଖୋଳୁଛି, ସେତେ ମିଳୁଛି । ବୌଦ୍ଧ ଏମଭିଆଇ ଗୋଲାପ ହାଁସଦାଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ତାଜୁବ, ଏକାକାଳୀନ ୬ଟି ସ୍ଥାନରେ ରେଡ୍ । ମିଳିଲା ୪୪ ପ୍ଲଟ ଓ ଅଧ କିଲୋ ସୁନା, ପିଲାଙ୍କ ପାଠପଢା ପାଇଁ ଖର୍ଚ୍ଚ କରିଛନ୍ତି ୪୦ ଲକ୍ଷ ।
ଏନସିପି ଶରଦ ପାୱାର ଗୋଷ୍ଠୀର ବିଧାୟକଙ୍କ ବିବାଦୀୟ ବୟାନ । ଜିତେନ୍ଦ୍ର ଅୱଧ କହିଲେ, ସନାତନ ଧର୍ମ ଭାରତକୁ ଧ୍ବସ୍ତ ବଧ୍ୱସ୍ତ କରିଛି, ଶିବାଜୀ ଓ ସମ୍ଭାଜୀଙ୍କୁ କରିଛି ବଦନାମ । ମହାରାଷ୍ଟ୍ରରେ ରାଜନୈତିକ ମାହୋଲ ସରଗରମ ।
ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ମିଳିନି ସବୁ ବ୍ରିଟିସ ନାଗରିକଙ୍କ ଦେହାବଶେଷ । ଏପର୍ଯ୍ୟନ୍ତ ମିଳିନି ଡିଏନଏ ରିପୋର୍ଟ, ସମସ୍ୟାର ସମାଧାନ ପାଇଁ ଭାରତ ଓ ବ୍ରିଟେନ ମଧ୍ୟରେ ଉଚ୍ଚସ୍ତରୀୟ କଥାବାର୍ତ୍ତା ।
ମିଳିପାରୁନି ଡିଏନଏ ରିପୋର୍ଟ
ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ । ଅନେକ ବିମାନ ବାତିଲ ଓ ବିଳମ୍ବ । ବିଜୟ ଚୌକ୍, କନ୍ନଟ ପ୍ଲେସ୍, ମିଣ୍ଟୋ ବ୍ରିଜରେ ପାଣି ଜମି ଯାତାୟାତ ବାଧାପ୍ରାପ୍ତ ।
ଭାରତ ଆସିବେ ବିଶ୍ବବିଜେତା ଫୁଟବଲ୍ ଖେଳାଳି ଲିଓନେଲ୍ ମେସି । ଆସନ୍ତା ଡିସେମ୍ବର ୧୧ରେ କୋଲକାତାରେ ପହଞ୍ଚିବେ । ଭାରତୀୟ ସେଲିବ୍ରିଟିଙ୍କ ସହ କ୍ରିକେଟ୍ ଖେଳିବା ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରିବାର ରହିଛି କାର୍ଯ୍ୟକ୍ରମ ।