କନକ ବ୍ୟୁରୋ: ପିଏମ୍ ପୋଷଣ ଯୋଜନାରେ ଅଣ୍ଡା ସହ ପିଲାଙ୍କୁ ଦିଆଯିବ ଫଳ । ଅଣ୍ଡା ଖାଉନଥିବା ପିଲାଙ୍କୁ ଫଳ ଦେବାକୁ ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି । ଶିଶୁ ବାଟିକାରୁ ଦଶମ ଯାଏଁ, ସପ୍ତାହକୁ ତିନି ଥର ଫଳ ଦେବାକୁ ନିର୍ଦ୍ଦେଶ । 

Advertisment

ଓଟିଇଟି କେଳେଙ୍କାରୀ । କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ବୋର୍ଡ ଉପସଭାପତି ନିହାର ମହାନ୍ତିଙ୍କୁ ଘଣ୍ଟା ଘଣ୍ଟା ଧରି ଜେରା । କହିଲେ, ତଦନ୍ତରେ କରୁଛି ସହଯୋଗ ।

କନକ ନ୍ୟୁଜର ବଡ଼ ପ୍ରଭାବ । ଚନ୍ଦକା ଅଭୟାରଣ୍ୟରେ ମୋରମ ଚୋରି ଘଟଣାରେ ନିଲମ୍ବିତ ହେଲେ ଫରେଷ୍ଟର ସୌମ୍ୟରଂଜନ ବେଉରା, ଡିଏଫ୍‌ଓଙ୍କ ନିର୍ଦ୍ଦେଶରେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ।

ରାଜ୍ୟରେ ଦୁର୍ବଳ ଶିକ୍ଷାର ବିକଳ ଚିତ୍ର । ଅନେକ ସରକାରୀ ବିଦ୍ୟାଳୟରେ ଶିକ୍ଷକ ଅଭାବ, ନିଦରେ ଶୋଇଛି ଶିକ୍ଷା ବିଭାଗ । ଗ୍ରାମାଞ୍ଚଳରୁ ସହରାଞ୍ଚଳ ସବୁଠି ସ୍ଥିତି ସଙ୍ଗୀନ ।

ସରିବ ଅପେକ୍ଷା, ତୁଟିବା ବିବାଦ ! ଆପୋସ ଆଲୋଚନାରେ ସମାଧାନ ହେବ ମହାନଦୀ ବିବାଦ ମାମଲା । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ, ସେପଟେ ସେପ୍ଟେମ୍ବର ୬ ତାରିଖକୁ ଘୁଞ୍ଚିଲା ଟ୍ରିବ୍ୟୁନାଲ୍ ଶୁଣାଣି ।

ଦୁଷ୍କର୍ମ ମାଲାରେ ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତି ।  ପ୍ରଜ୍ବଳ ରେବନ୍ନାଙ୍କୁ ଆଜୀବନ ସଜା ସହ ୧୧ ଲକ୍ଷ ଟଙ୍କାର ଜରିମାନା ଲଗାଇଲେ କୋର୍ଟ ।

ଘାଟିରୁ ନିପାତ ହେବେ ଆତଙ୍କୀ । ଅପରେସନ ମହାଦେବ ପରେ, କୁଲଗାମରେ  ଜାରି ଅପରେସନ୍ ଅଖଲ, ଏନକାଉଣ୍ଟରରେ ଜଣେ ଆତଙ୍କୀ ନିହତ, ଦୁଇ ଆତଙ୍କୀଙ୍କୁ ଘେରିଛନ୍ତି ସୁରକ୍ଷା ବାହିନୀ ।

ବିହାରରେ ବୀଭତ୍ସ ହତ୍ୟା । ସମ୍ପର୍କୀୟ ଲୋକଙ୍କ ହାତରେ ଭାଇ ଭଉଣୀ ମୃତ, ଗଳାଚିପି ହତ୍ୟା ପରେ ଜାଳିଦେଲେ ଶବ । ୨ ଗିରଫ, ୨୨ ଜଣଙ୍କୁ ପୁଲିସର ପଚରାଉଚରା ।

ଆକ୍ସନ ମୋଡରେ ଆମେରିକା । ରୁଷ ନିକଟ ସମୁଦ୍ରରେ ଶକ୍ତିଶାଳୀ ପରମାଣୁ ସମ୍ପନ୍ନ ଦୁଇଟି ବୁଡ଼ାଜାହାଜ ମୁତୟନ କଲା ଟ୍ରମ୍ପ୍ ପ୍ରଶାସନ । ପୂର୍ବରୁ ଟ୍ରମ୍ପଙ୍କୁ ଯୁଦ୍ଧ ପାଇଁ ଧମକ ଦେଇଥିଲେ ଋଷର ପୂର୍ବତନ ରାଷ୍ଟ୍ରପତି ।

ଓଭାଲ ଟେଷ୍ଟ ତୃତୀୟ ଦିନ । ୧୫୦ରୁ ଅଧିକ ରନରେ ଆଗୁଆ ଭାରତ, କ୍ୟାରିୟରର ପ୍ରଥମ ଅର୍ଦ୍ଧ ଶତକ ହାସଲ କଲେ ଆକାଶଦୀପ, ଶତକ ଅଭିମୁଖେ ଜୟସ୍ବାଲ ।