କନକ ବ୍ୟୁରୋ: ଅଗଷ୍ଟ ୩୧ ତାରିଖରେ ହେବ ବନ୍ଦ ରହିଥିବା ଓଟିଇଟି ପରୀକ୍ଷା । ଦୁଇଟି ସିଫ୍ଟରେ ହେବ ପରୀକ୍ଷା, ପ୍ରଶ୍ନପତ୍ର ଲିକ୍ ଯୋଗୁଁ ପୂର୍ବ ପରୀକ୍ଷା ହୋଇଥିଲା ବାତିଲ ।
ପୁଅର ଟାଙ୍ଗିଆ ଚୋଟରେ ମାଆ ମୃତ । କେନ୍ଦୁଝର ଘଟଗାଁ ମେଲାଣ ରଙ୍ଗମାଟିଆ ସାହିରେ ଅଘଟଣ, ବିଲରେ କାମ କରୁଥିବା ମାଆକୁ ହାଣି ଥାନାରେ ଆତ୍ମସମର୍ପଣ କଲା ପୁଅ ।
ଘର କଳିରେ ନୂଆ ମୋଡ଼ । ପତ୍ନୀଙ୍କ ଅଭିଯୋଗ ପରେ ଥାନାର ଦ୍ବାରସ୍ଥ ହେଲେ ଓଏଏସ୍ ଅଧିକାରୀ ସାର୍ଥକ ସୌରଭ । କହିଲେ ସ୍ତ୍ରୀଙ୍କ ଅଭିଯୋଗ ପୂରା ମିଛ, ଆତ୍ମହତ୍ୟା କରିବାକୁ ଦେଉଥିଲେ ଧମକ ।
ମୁଖ୍ୟମନ୍ତ୍ରୀଙ୍କ ହାତରେ ଶରଧାବାଲି ଦଳାଚକଟାର ତଦନ୍ତ ରିପୋର୍ଟ । କାହାର ଗଡ଼ିବ ମୁଣ୍ଡ, କାହା ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ ତା ଉପରେ ନଜର ।
ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ । ଅଗଷ୍ଟ ୭ରୁ ୨୧ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ, ୨୫ ସୁଦ୍ଧା ପ୍ରତ୍ୟାହାର ପାଇଁ ସମୟସୀମା । ଧନଖଡ଼ଙ୍କ ଇସ୍ତଫା ପରେ ଖାଲି ଅଛି ପଦବି ।
ରତ୍ନଭଣ୍ଡାର ଓ ଗଣତି ମଣତିକୁ ନେଇ ଆଇନ ମନ୍ତ୍ରୀଙ୍କ ବଡ଼ ସୂଚନା । ଦୁଇ ଜଣ ଏକ୍ସପର୍ଟଙ୍କୁ ମନୋନୀତ କରି ସରକାରଙ୍କୁ ଜଣାଇଲା ରିଜର୍ଭ ବ୍ୟାଙ୍କ, ଖୁବ ଶୀଘ୍ର ଗଠନ ହେବ ଶ୍ରୀମନ୍ଦିର ପରିଚାଳନା କମିଟି ।
ରାଜ୍ୟରେ କମିବ ବର୍ଷା । ଦିନର ତାପମାତ୍ରା ୨ ଡିଗ୍ରୀ ବଢିବା ସମ୍ଭାବନା । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସହ ଉପକୂଳର କିଛି ସ୍ଥାନରେ ହୋଇପାରେ ହାଲୁକା ବର୍ଷା ।
ଆଜିଠୁ ଲାଗୁ ହେଲେ ବି ୭ ତାରଖରେ କାର୍ଯ୍ୟକାରୀ ହେବ ଆମେରିକାର ନୂଆ ଟାରିଫ୍ । ୨୫ ପ୍ରତି ଶୁଳ୍କ ଲଗାଇଛନ୍ତି ଡୋନାଲ୍ଟ ଟ୍ରମ୍ପ । ଭାରତର ଜବାବ, ପଡ଼ିବନି ବଡ଼ ପ୍ରଭାବ ।
ବିହାର ଭୋଟର ସଂଶୋଧନ ତାଲିକା ବିବାଦ ଭିତରେ ଚିଠା ତାଲିକା ଜାରି । ଦିନ ୩ଟା ସୁଦ୍ଧା ନିର୍ବାଚନ କମିସନଙ୍କ ୱେବସାଇଟରେ ବାହାରିଲା ସମ୍ପୂର୍ଣ୍ଣ ତଥ୍ୟ, ଇସିଆଇ ଭୋଟ୍ ଚୋରି କରୁଥିବା ରାହୁଲଙ୍କ ଅଭିଯୋଗ ।
ଓଭାଲରେ ଜାରି ରହିଛି ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ । ପ୍ରଥମ ଇନିଂସରେ ୨୨୪ ରନ୍ କରି ଅଲଆଉଟ୍ ହେଲା ଟିମ୍ ଇଣ୍ଡିଆ, ଗସ୍ ଅଟକିନସନଙ୍କୁ ୫ ୱିକେଟ୍ ।