କନକ ବ୍ୟୁରୋ: ସରକାରୀ ବାବୁଙ୍କ ବ୍ରାଣ୍ଡେଡ୍ ସଉକ୍ । ଆଖି ଖୋସିଦେଲା ସହକାରୀ ଯନ୍ତ୍ରୀ ଅଶୋକ ପଣ୍ଡାଙ୍କ ଘରୁ ଜବତ ବ୍ରାଣ୍ଡେଡ୍ ଘଣ୍ଟା ଓ ଚଷମା । ରାଜଧାନୀର ଦୁଇଟି ସପିଂ ମଲରେ ଅଛି ତିନିଟି ସୋରୁମ୍ ।
ବନ୍ୟାଞ୍ଚଳ ଗସ୍ତ ପରେ ମୁଖ୍ୟମନ୍ତ୍ରୀଙ୍କ ସାମ୍ବାଦିକଙ୍କ ସମ୍ମିଳନୀ । କହିଲେ, ନିୟନ୍ତ୍ରଣରେ ରହିଛି ବନ୍ୟା ସ୍ଥିତି । ଭଦ୍ରକ, ବାଲେଶ୍ବର, ଯାଜପୁରରେ ହୋଇଛି କିଛି କ୍ଷୟକ୍ଷତି । ରିପୋର୍ଟ ଆସିବା ପରେ ଦିଆଯିବ କ୍ଷତିପୂରଣ ।
ଓଡ଼ିଶାକୁ ଅପପୁଷ୍ଟି ମୁକ୍ତ ରାଜ୍ୟ କରିବାକୁ ଉପ-ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ । ସିଡିପିଓଙ୍କୁ ମାଗିଲେ ସହଯୋଗ, ଅଙ୍ଗନବାଡ଼ିରେ ପିଲାଙ୍କୁ ସଠିକ୍ ଖାଦ୍ୟ ମିଳୁଛି କି ନାହିଁ ରଖନ୍ତୁ ନଜର ।
ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ୬ ଗିରଫ । ଡାଟା ଏଣ୍ଟ୍ରି ଜରିଆରେ ପ୍ରଶ୍ନ ଲିକ୍ ହୋଇଥିବା ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଡିଜି । ବୋର୍ଡ କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର ମୁଖ୍ୟ କିଙ୍ଗ ପିନ୍ ।
ଦ୍ବନ୍ଦ୍ବ ବଢ଼ାଉଛି ବିଜେଡିର ଆଭିମୁଖ୍ୟ । ଓଡିଶାରେ ପ୍ରମୁଖ ବିରୋଧୀ ଦଳ ଭାବେ ଗର୍ଜୁଛନ୍ତି ହେଲେ ଦିଲ୍ଲୀରେ ଖୋଲୁନି ପାଟି । ଅପରେସନ ସିନ୍ଦୂର ଚର୍ଚ୍ଚାବେଳେ ସାମ୍ନାକୁ ଆସିଲା ଅସଲ ଚେହେରା । କଂଗ୍ରେସ କଲା କଡ଼ା ସମାଲୋଚନା । ବିଜେଡି ବି ଦେଲା ଜବାବ ।
ରୁଷିଆରେ ଶକ୍ତିଶାଳୀ ଭୂମିକମ୍ପ ପରେ ସୁନାମୀ ଆତଙ୍କ । କାମଚଟ୍କାରେ ଜରୁରୀସ୍ଥିତି ଘୋଷଣା, ବନ୍ଦ ରହିଲା ଜାପାନର ସମସ୍ତ ବିମାନ ଉଡାଣ ।
ମିଳିତ ଜାତିସଂଘରେ ଖୋଲିଲା ପାକିସ୍ତାନର ପୋଲ୍ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପଛରେ ପାକ ଆତଙ୍କୀ ସଂଗଠନ ଲସ୍କର ଏ ତୋୟବା ହାତ ଥିବା ପ୍ରମାଣ ।
ଇତିହାସ ରଚିଲା ଇସ୍ରୋ । ଶ୍ରୀହରିକୋଟାରୁ ଉତ୍କ୍ଷେପଣ ହେଲା ବିଶ୍ବର ସବୁଠାରୁ ମହଙ୍ଗା ସାଟେଲାଇଟ୍ 'ନିସାର' । ନାସା ସହ ମିଶି ସାଟେଲାଇଟ୍ ପ୍ରସ୍ତୁତ କରିଛି ଇସ୍ରୋ, ୧୨ ଦିନରେ ପୃଥିବୀର କୋଣ ଅନୁକୋଣର ପଠାଇବ ମ୍ୟାପ୍ ।
ଭାରତ ଉପରେ ଟ୍ରମ୍ପଙ୍କ ୨୫% ଟାରିଫ୍ । ଅଗଷ୍ଟ ୧ରୁ ଲାଗୁ ହେବ ୨୫% ଶୁଳ୍କ । ରୁଷଠୁ ଯୁଦ୍ଧାସ୍ତ୍ର ଓ ଇନ୍ଧନ କିଣିବା ଉପରେ ଲାଗିବ ନୂଆ ସର୍ତ୍ତ ।
ଓଭାଲ୍ ଗ୍ରାଉଣ୍ଡରେ ଟିମ୍ ଇଣ୍ଡିଆ ମୁଖ୍ୟ କୋଚ ଓ ଇଂଲଣ୍ଡ ଖେଳାଳୀଙ୍କ ମଧ୍ୟରେ ବାକଯୁଦ୍ଧ । ଅଭ୍ୟାସ ସମୟରେ ଆଇସବକ୍ସ ସହ ସ୍କୋୟାର ଏରିଆକୁ ନେଇ ପ୍ରଶ୍ନ ଉଠାଇଥିଲେ ପିଚ୍ କ୍ୟୁରେଟେର, ରାଗିକି ଜବାବ ରଖିଲେ ଗମ୍ଭୀର ।