କନକ ବ୍ୟୁରୋ: ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଜଗଦୀପ ଧନଖଡ଼ । ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଦେଲେ ଇସ୍ତଫା । ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର ।

Advertisment

ଅଚାନକ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ବଢିଲା ଚର୍ଚ୍ଚା, ପ୍ରାୟ ୨୦ ମିନିଟ ଧରି  ବିଭିନ୍ନ ପ୍ରସଙ୍ଗରେ ହେଲା ଆଲୋଚନା । ଆଇମନ୍ତ୍ରୀଙ୍କ ସହ ବି ଆଲୋଚନା କଲେ ରାଜ୍ୟପାଳ ।

ବଳଙ୍ଗା ନାବାଳିକାଙ୍କୁ ନିଆଁ ଲଗାଇଲା କିଏ? କ୍ରାଇମସିନ୍ ବୁଲିସାରିଲେଣି ପୁଲିସ ଓ କ୍ରାଇମବ୍ରାଞ୍ଚର ଟିମ୍ । ହେଲେ ମିଳୁନି ପ୍ରମାଣ, ଏପଟେ ଦିଲ୍ଲୀ ଏମ୍ସରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ନାବାଳିକା ।

ବାଲେଶ୍ବରରେ ଲଗାତାର ପଞ୍ଚମ ଦିନ ପାଇଁ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ । ଏଫଏମ କଲେଜରେ କିଛି କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ଜେରା । ସେପଟେ କନକ ନ୍ୟୁଜରେ ଆଇସିସି ରିପୋର୍ଟ ଖୁଲାସା ପରେ କଥା ଗୋଳାଇଲେ ସଦସ୍ୟା ।

ବାଲେଶ୍ବର ଘଟଣାରେ ସରକାରଙ୍କ ଉପରେ ଚାପ ଜାରି ରଖିଛନ୍ତି ବିରୋଧୀ । ଆରଡିସି ଅଫିସ ଆଗରେ  ବିଜେଡିର ଶକ୍ତିପ୍ରଦର୍ଶନ , ବିଜେପି କଲା କଟାକ୍ଷ । ସେପଟେ ପାର୍ଲାମେଣ୍ଟରେ କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ଆଣିଲେ ମୁଲତବୀ ପ୍ରସ୍ତାବ ।

ନାରୀ ସୁରକ୍ଷା ପ୍ରସଙ୍ଗରେ ଆନ୍ଦୋଳନ କରୁଥିବା କଂଗ୍ରେସକୁ ଅଡୁଆ ଉଦିତ । ଛାତ୍ରୀଙ୍କୁ ମୃଦୁ ପାନୀୟରେ ନିଶା ଦେଇ ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ଛାତ୍ର କଂଗ୍ରେସ ସଭାପତି । ନିଲମ୍ବନ କଲା ଦଳ, ପ୍ରେସମିଟ୍ ବର୍ଷିଲା ବିଜେପି ।

ଏନସିଇଆରଟି ଅଷ୍ଟମ ଶ୍ରେଣୀ ପାଠ୍ୟ ପୁସ୍ତକରେ ଓଡିଆ ଅସ୍ମିତାକୁ ଧୋକା । ସଦ୍ୟପ୍ରକାଶିତ ପୁସ୍ତକରୁ ହଟାଇଦିଆଗଲା ପାଇକ ବିଦ୍ରୋହ ପାଠ୍ୟକ୍ରମ । ଜୋରଦାର ବିରୋଧ ପରେ ପରବର୍ତ୍ତୀ ସଂସ୍କରଣରେ ସ୍ଥାନ ପାଇବା ନେଇ ସଫେଇ ।

ରାଜ୍ୟରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି ମନା । ବିଭିନ୍ନ ସଂଘ ସହ ଆଲୋଚନା କଲେ ଯୋଗାଣ ମନ୍ତ୍ରୀ । ରାସ୍ତା ପାର୍ଶ୍ୱ, ବିଭିନ୍ନ ଛୋଟ ଦୋକାନରେ ପେଟ୍ରୋଲ ବିକ୍ରି କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ।

ଦକ୍ଷିଣ ଭାରତର ୨୯ଜଣ କଳାକାରଙ୍କୁ ଇଡି ନୋଟିସ । ଅନଲାଇନ ବେଟିଂ ଆପ୍ ମାମଲାରେ କରାଯିବ ଜେରା । ତାଲିକାରେ ରାଣା ଦଗୁବତୀ, ପ୍ରକାଶ ରାଜ, ଦେବରକୋଣ୍ଡାଙ୍କ ସହ ଅନେକ ନାମୀଦାମୀ କଳାକାରଙ୍କ ନାଁ ।

ଡୋନାଲ୍ଡ ଟ୍ରମ୍ପ ଜାରି କରିଥିବା ବିବାଦୀୟ ଏଆଇ ଭିଡିଓକୁ ନେଇ ନୂଆ ଚର୍ଚ୍ଚା । ବାରାକ ଓବାମାଙ୍କୁ ବନ୍ଦୀ ଦର୍ଶାଇଲେ ଆମେରିକା ରାଷ୍ଟ୍ରପତି ।