କନକ ବ୍ୟୁରୋ: ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଦିଲ୍ଲୀ ଏମ୍ସର ହେଲଥ ବୁଲେଟିନ୍ ଜାରି । ପୀଡ଼ିତାଙ୍କ ୭୫ ପ୍ରତିଶତ ଜଳିଯାଇଥିବା ବୁଲେଟିନରେ ଉଲ୍ଲେଖ । ଅପରାହ୍ଣ ୪ଟା ୨୦ରେ ଏମ୍ସରେ ଦିଲ୍ଲୀରେ ଭର୍ତ୍ତି ହୋଇଥିଲେ । 

Advertisment

ଏଫଏମ ଛାତ୍ରୀ ଆତ୍ମାହୁତି ଘଟଣାର ଛାନଭିନ୍ । କ୍ରାଇମ ସ୍ପଟରେ ପହଁଚିଲେ କ୍ରାଇମବ୍ରାଂଚ ଡିଜି । ସେପଟେ ସାମ୍ନାକୁ ଆସିଲା ଆଭ୍ୟନ୍ତରୀଣ କମିଟିର ରିପୋର୍ଟ, ଅଭିଯୁକ୍ତ ଅଧ୍ୟାପକଙ୍କୁ ଦିଆଯାଇଥିଲା କ୍ଲିନଚିଟ୍ ।

ଛାତ୍ରୀ ସୁରକ୍ଷା କବଚ ସାଜିବ ସରକାରଙ୍କ ଶକ୍ତିଶ୍ରୀ ଆପ୍ । ଶିକ୍ଷାନୁଷ୍ଠାନରେ ସ୍ଥାପନ ହେବ ସ୍ଥାୟୀ ସଶକ୍ତିକରଣ କେନ୍ଦ୍ର, ଆତ୍ମସୁରକ୍ଷା ପ୍ରଶିକ୍ଷଣ ସହ ଆଇନଗତ ଅଧିକାର ନେଇ ଦିଆଯିବ ଶିକ୍ଷା, ସ୍ବାଗତ କଲେ ଶିକ୍ଷାବିତ୍ । 



ଲଗାତାର ସାମ୍ନାକୁ ଆସୁଛି ସ୍କୁଲ ଛାତ୍ରୀ ଗର୍ଭବତୀ ହେବା ଭଳି ସଙ୍ଗିନ ଘଟଣା । ତିନି ଦିନରେ ତିନି ଜିଲ୍ଲାରେ ନାବାଳିକା ଗର୍ଭବତୀ ହେବାରେ ରହିଛି ସମାନତା, ଛୋଟ ପିଲାଙ୍କ ଭିତରେ ଯୌନ ଉଦ୍ଦିପନାକୁ ନେଇ ପ୍ରଶ୍ନ ଉଠାଇଲେ ସମାଜସେବୀ । 

ବଢୁଛି ହିଂସା, ଉଜୁଡୁଛି ସଂସାର । ସାଙ୍ଘାତିକ ହେଉଛି ପରକୀୟା ପ୍ରୀତି ସନ୍ଦେହ । କୋଇଡାରେ ଅଙ୍ଗନୱାଡି କର୍ମୀଙ୍କୁ ହତ୍ୟା କରି ନଦୀରେ ପିଙ୍ଗିଲେ ସ୍ବାମୀ, କାଳାହାଣ୍ଡିରେ ସ୍ବାମୀଙ୍କ ପ୍ରେମିକାଙ୍କ ନିର୍ଯାତନା ସହିନପାରି ସ୍ତ୍ରୀର ଆତ୍ମହତ୍ୟା ଅଭିଯୋଗ । 

ରାଜ୍ୟର ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣା । ଗୋଟିଏ ଦିନରେ ୮ ମୃତ । ସୁନାବେଡ଼ା, ବରଗଡ଼ରେ, ମୟୂରଭଞ୍ଜ ଓ ଖୋର୍ଦ୍ଧାରୁ ଆସିଲା ମର୍ମନ୍ତୁଦ ଦୁର୍ଘଟଣାର ଖବର ।  

ଜଙ୍ଗଲ ବାବୁଙ୍କ ଜମିଦାର ହେବାର ନିଶା । ରାଜମହଲ ଭଳି ଘରେ ହୋଇଛି ଲକ୍ଷ ଲକ୍ଷ ଟଙ୍କାର କାଠକାମ। କେନ୍ଦୁଝର କେନ୍ଦୁପତ୍ର ଡିଭିଜନର ଡିଏଫଓ ନିତ୍ୟାନନ୍ଦ ନାୟକଙ୍କ ୧୧୫ ପ୍ଲଟ ଠାବ । 

ରାତିପାହିଲେ ଆରମ୍ଭ ହେବ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ।  ପହଲଗାମ୍ ଆତଙ୍କୀ ଆକ୍ରମଣ, ଅପରେସନ ସିନ୍ଦୂର ସହ ବିଭିନ୍ନ ପ୍ରସଙ୍ଗ ଉଠାଇବେ ବିରୋଧୀ, ସଂସଦ ଭବନ ସୁରକ୍ଷା ପାଇଁ ହେଲା ମକ୍ ଡ୍ରିଲ୍ ।

ବ୍ରହ୍ମପୁତ୍ର ନଦୀ ଉପରେ ଚୀନ ନିର୍ମାଣ କରୁଛି ‘ଜଳବୋମା’ । ବିଶ୍ବର ସବୁଠୁ ବଡ଼ ଡ୍ୟାମ୍ ନିର୍ମାଣ କରୁଛି ବେଜିଂ । ଭାରତ ଉପରେ ୱାଟରଷ୍ଟ୍ରାଇକ୍ କରିବାକୁ ପ୍ଲାନ୍ କରୁଛି ଚାଇନା ।

ମଝି ସମୁଦ୍ରରେ ଜଳିଗଲା ଜାହଜ । ଇଣ୍ଡୋନେସିଆର ସୁଲେବେସି ଦ୍ବୀପ ନିକଟରେ ଅଘଟଣ । ଜାହାଜରେ ଥିଲେ ୨୮୦ ଯାତ୍ରୀ, ଅଗ୍ନିକାଣ୍ଡରେ ୫ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ସୂଚନା ।