କନକ ବ୍ୟୁରୋ : ଏସିଆ କପରେ ପାକିସ୍ତାନକୁ ହରାଇବା ପରେ ଚର୍ଚ୍ଚାରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ପ୍ରଥମେ ଟ୍ବିଟ୍ ଓ ପରେ ପ୍ରେସ କନଫରେନ୍ସ ଜରିଆରେ ଏହି ବିଜୟକୁ ଦେଶର ସେନା ଓ ପହଲଗାମ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ଭାରତୀୟଙ୍କୁ ଉତ୍ସର୍ଗ କରିଛନ୍ତି । ଏପରିକି ଏସିସି ଅଧ୍ୟକ୍ଷ ମୋହସିନ ନକବିଙ୍କ ଠାରୁ ଏସିଆ କପ୍ ଟ୍ରଫି ନେବାକୁ ବାରଣ କରିଥିଲା ଟିମ୍ ଇଣ୍ଡିଆ । ଯାହାକୁ ନେଇ ସୂର୍ଯ୍ୟକୁମାରଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରିଛନ୍ତି ।
ଅନ୍ୟପଟେ ଭାରତର ବିଜୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅପରେସନ୍ ସିନ୍ଦୂର ଟ୍ବିଟକୁ ନେଇ ମଧ୍ୟ ସବୁଠି ଚର୍ଚ୍ଚା । ଏହାକୁ ନେଇ ସୂର୍ଯ୍ୟକୁମାର କହିଛନ୍ତି, ଯେତେବେଳେ ଦେଶର ନେତା ଫ୍ରଣ୍ଟଫୁଟରେ ଖେଳନ୍ତି, ସେତେବେଳେ ଖେଳାଳିଙ୍କ ମନୋବଳ ବଢ଼ିବା ସ୍ବାଭାବିକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/09/29/3-2025-09-29-16-57-25.jpg)