କନକ ବ୍ୟୁରୋ: ମୟୂରଭଞ୍ଜ ଆନ୍ତଃରାଜ୍ୟ ବାଘଛାଲ ରାକେଟ ଖିଅ ଖୋଜୁ ଖୋଜୁ ମିଳିଲା ସାଂଘାତିକ ତଥ୍ୟ । ଅଭିଯୁକ୍ତ ତାନ୍ତ୍ରିକ ମୋବାଇଲରେ ଅଛି ୪ ଶହ ମହିଳାଙ୍କ ଅଶ୍ଳୀଳ ଫଟୋ, ବଶୀକରଣ ଆଳରେ ଚାଲିଥିଲା ଶୋଷଣ ।
କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ଡାକରାରେ ଅଟକିଗଲା ସାରା ଓଡ଼ିଶା । ଛକ ଛକରେ ପିକେଟିଂ କଲେ ନେତା ଓ କର୍ମୀ, ଗାଁରୁ ସହର ଚାରିଆଡ଼େ ଅଖଚକ ବନ୍ଦ । ଜନଶୂନ୍ୟ ପାଲଟିଲା ରାସ୍ତାଘାଟ ।
ବାଲେଶ୍ବର ଛାତ୍ରୀ ମୃତ୍ୟୁକୁ ନେଇ ଏଫଏମ୍ କଲେଜରେ କ୍ରାଇମବ୍ରାଞ୍ଚର ତନାଘନା । ସେପଟେ ପୋଲ୍ ଖୋଲିଲେ ପୀଡିତାଙ୍କ ସାଙ୍ଗ । କହିଲେ, ବାରମ୍ବାର ଛାତ୍ରୀଙ୍କ ଚରିତ୍ର ଉପରେ ଉଠା ଯାଉଥିଲା ପ୍ରଶ୍ନ ।
ଛାତ୍ରୀଙ୍କ ଆତ୍ମାହୁତି ପରେ ପରେ ବଢ଼ୁଛି ଆତ୍ମହତ୍ୟା ଧମକ । କେନ୍ଦୁଝର ଓ ଆଠଗଡରେ ନ୍ୟାୟ ମାଗି ସରକାରଙ୍କୁ ଗୁହାରି କଲେ ମହିଳା । ଏପଟେ ଆସିକାରେ ଶିକ୍ଷୟିତ୍ରୀ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ।
ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନରେ ପରିବର୍ତ୍ତନ । କୁଳାଧିପତିଙ୍କୁ ଦିଆଗଲା ଅଧିକ କ୍ଷମତା, ନିଯୁକ୍ତି ଦେଇପାରିବେ ଭାରପ୍ରାପ୍ତ କୁଳପତି ।
ବେଙ୍ଗାଲୁରୁ ଦଳାଚକଟା ପାଇଁ କୋହଲିଙ୍କୁ ଦୋଷ ଦେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । ଆନୁଷ୍ଠାନିକ ଅନୁମତି ମାଗିନଥିଲେ ଆରସିବି କର୍ତ୍ତୃପକ୍ଷ, ହାଇକୋର୍ଟରେ ଦାଖଲ ହେଲା ରିପୋର୍ଟ ।
ବଢ଼ୁଛି ବିହାର ରାଜନୀତି ପାରା । ମୋଦୀଙ୍କ ଗସ୍ତ ପୂର୍ବରୁ ନୀତିଶଙ୍କ ମାଷ୍ଟରଷ୍ଟ୍ରୋକ୍, ଅଗଷ୍ଟ ୧ରୁ ୧୨୫ ୟୁନିଟ୍ ବିଦ୍ୟୁତ୍ ମାଗଣା । ସମାଲୋଚନା କଲେ ବିରୋଧୀ ।
ଭାରତର ଶତ୍ରୁ ଦେଶ ପାକ୍ ଗସ୍ତରେ ଆସିବେ ଡୋନାଲ୍ଡ ଟ୍ରମ୍ପ । ୨୦ ବର୍ଷ ପରେ ପ୍ରଥମ ଥର ପାକିସ୍ତାନ ଗସ୍ତରେ ଯିବେ ଆମେରିକା ରାଷ୍ଟ୍ରପତି । ପାକିସ୍ତାନ ଗଣମାଧ୍ୟମ ରିପୋର୍ଟକୁ ନେଇ ଚର୍ଚ୍ଚା ।
ନାଟୋକୁ ଭାରତର ଜବାବ । ଦୋମୁହାଁ ନୀତି କହିଲେ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର । ଋଷିଆ ସହ ବାଣିଜ୍ୟ କଲେ ପ୍ରତିବନ୍ଧକ ଲଗାଇବାକୁ ଧମକ ଦେଇଥିଲେ ନାଟୋ ମହାସଚିବ ।
ଭୂସ୍ଖଳନରେ ଭାସିଗଲେ ଅମରନାଥ ଯାତ୍ରୀ । ଜଣଙ୍କ ମୃତ୍ୟୁ, ୩ ଆହତ । ୧୫ ଛୁଇଁଲା ଚଳିତବର୍ଷର ମୃତ୍ୟୁସଂଖ୍ୟା, ଦିନକ ପାଇଁ ପାଇଁ ଯାତ୍ରା ବାତିଲ ।