କନକ ବ୍ୟୁରୋ: ଲଗାଣ ବର୍ଷାରେ ଉବୁଟୁବୁ ସାରା ଓଡ଼ିଶା । କେଉଁଠି ଆମ୍ବୁଲାନ୍ସ ଫସିଛି ତ କେଉଁଠି ପୋଲ ଉପରେ ଚାଲିଛି ୨ ଫୁଟର ପାଣି । ସେପଟେ ବୌଦ୍ଧରେ ସ୍ଥିତି ସଙ୍ଗିନ, ପାଣିର ସ୍ରୋତରେ ଭାସିଗଲା ଟ୍ରାକ୍ଟର ।

Advertisment

ଚୋରି କରି ଚାଲିଗଲା ଚୋର, ଏବେ ବି ସ୍କୁଲରେ ପଡ଼ିଛି ତାଲା । ୫ ଦିନ ହେଲା ଶ୍ରେଣୀଗୃହ ବଦଳରେ ବାରଣ୍ଡାରେ ଚାଲିଛି ପିଲାଙ୍କ ପାଠପଢ଼ା । ଷ୍ଟାଫ୍ କମ୍ ଥିବାରୁ ସ୍କୁଲ ଜଗୁଛନ୍ତି ଶିକ୍ଷକ ।

ମଶାଣିରୁ କୁଆଡେ ଯାଉଛି ଶବ? ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ସୋଲମପୁର ଗାଁରେ ଶବ ଚାଲାଣ କରାଯାଉଥିବା ଅଭିଯୋଗ ନେଇ ଆତଙ୍କ ।

ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ କଲା କ୍ରାଇମବ୍ରାଞ୍ଚ । ଘଟଣାଦିନ କ’ଣ ଘଟିଥିଲା, ପରିବାର ଲୋକଙ୍କୁ ପୁଲିସ ସହ ସ୍ବତନ୍ତ୍ର ସ୍କ୍ବାଡର ପଚରାଉଚରା । ଏପଟେ ଗହଣା ଦୋକାନୀଙ୍କୁ ଝାଳବୁହା ଜେରା ।

ଓଡ଼ିଶା ହେବ ଟେକ୍ସଟାଇଲ୍ ହବ୍ । ଟେକ୍ସ-୨୦୨୫ର ଶୁଭାରମ୍ଭ ଅବସରରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ୭ହଜାର ୮୦୮ କୋଟି ଟଙ୍କାର ୩୩ଟି ଏମଓୟୁ ସ୍ବାକ୍ଷରିତ । 

ବୁଙ୍କ ଘରେ ପୁଳା ପୁଳା ଟଙ୍କା । ଜୟପୁର ବନଖଣ୍ଡର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରୁ ମିଳିଲା ନଗଦ ଦେଢ଼ କୋଟି ଟଙ୍କା । ଦେଢ଼ କେଜିରୁ ଅଧିକ ସୁନା, ସାଢ଼େ ୪ କେଜିରୁ ଅଧିକ ରୁପା ଜବତ, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ରେଡ୍ ।

ଉତ୍ତର ପଶ୍ଚିମ ବଙ୍ଗୋପସାଗର ସୃଷ୍ଟିହେଲା ଅବପାତ । ୨୪ ଘଣ୍ଟା ମଧ୍ୟରେ ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବା ସମ୍ଭାବନା । ରାଜ୍ୟରେ ଅତ୍ୟନ୍ତ ପ୍ରବଳ ବର୍ଷା ଆକଳନ ୨ ଜିଲ୍ଲାକୁ ରେଡ୍ ଓ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ।

ଆରବ ସାଗରରେ ପରାକ୍ରମ ଦେଖାଇବ ଭାରତୀୟ ନୌସେନା । ପ୍ରତିଷ୍ଠା ଦିବସ ପାଳନ ପାଇଁ ଘୋଷଣା ହେଲା ତାରିଖ, ଡିସେମ୍ବର ୪ରେ ହେବ ସାମରିକ ଶକ୍ତି ପ୍ରଦର୍ଶନ ।

ମୋଦୀ ଭାଙ୍ଗିଲେ ଇନ୍ଦିରା ଗାନ୍ଧୀଙ୍କ ରେକର୍ଡ । ଲଗାତାର ସର୍ବାଧିକ ଦିନ ପ୍ରଧାନମନ୍ତ୍ରୀ ରହିବାରେ ମୋଦୀ ଦ୍ୱିତୀୟ, ଇନ୍ଦିରା ଲଗାତାର ଥିଲେ ୪ ହଜାର ୭୭ ଦିନ  । ମୋଦୀ ଆଜି ପୂରଣ କଲେ ୪ ହଜାର ୭୮ ଦିନ ।

ଲୋକପ୍ରିୟ ରେସଲିଂ ଲିଜେଣ୍ଡ ହଲ୍କ ହୋଗାନଙ୍କ ପରଲୋକ । ପ୍ରଫେସନାଲ ରେସଲିଂ ଜଗତର ଆଇକନ ଭାବେ ଥିଲେ ପରିଚିତ । ୭୧ ବର୍ଷ ବୟସରେ ହୃଦ୍‌ଘାତରେ ଦେହାନ୍ତ  ।