୧ . ଉତ୍ତର ପ୍ରଦେଶରେ ବଡ଼ ଦୁର୍ଘଟଣା। କେନାଲରେ ଖସିଲା ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ବୋଲେରୋ, ୧୧ ମୃତ । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୯ ଜଣ ।

Advertisment

ୟୁପିରେ ବଡ଼ ଅଘଟଣ 

୨ . ତୃତୀୟ ଦିନରେ  ଜମ୍ମୁ-କାଶ୍ମୀରର 'ଅପରେସନ୍ ଅଖଲ' । ୩ ଆତଙ୍କବାଦୀ ନିହତ ହୋଇଥିବାବେଳେ,ଜଣେ ଯବାନ ଆହତ ।

ଆତଙ୍କବାଦୀ ସଫା

୩ . ଦୀର୍ଘ ଦିନ ସଙ୍ଘର୍ଷ ପରେ ଆଖିବୁଜିଛନ୍ତି ବଳଙ୍ଗା ପୀଡିତା । ଦିଲ୍ଲୀ ଏମ୍ସରେ ଆରମ୍ଭ ହୋଇଛି ପୀଡ଼ିତାଙ୍କ ମୃତଦେହ ବ୍ୟବଚ୍ଛେଦ । ରାତି ୯ଟାରେ ଦିଲ୍ଲୀରୁ ଆସିବ ମରଶରୀର । ଘର ଲୋକଙ୍କୁ କରାଯିବ ହସ୍ତାନ୍ତର    

ରାତି ୯ଟାରେ ଦିଲ୍ଲୀରୁ ଆସିବମରଶରୀର 

୪ . ମାଓ ସପ୍ତାହ ଅବସରରେ ନକ୍ସଲଙ୍କ  ଆତଙ୍କରାଜ୍‌ । ବିସ୍ଫୋରଣ କରି ସୁନ୍ଦରଗଡ଼-ଝାଡ଼ଖଣ୍ଡ ସୀମାନ୍ତ ରେଳ ଟ୍ରାକ ଉଡ଼ାଇଲେ ମାଓବାଦୀ । ଆରପିଏଫ-ପୁଲିସର ସର୍ଚ୍ଚ ଅପରେସନ ଜାରି ।

ନକ୍ସଲଙ୍କ  ଆତଙ୍କରାଜ

୫ . ଓଡ଼ିଶାରେ ଚାଲିଛି ନାରୀହନ୍ତା ସରକାର । ବଳଙ୍ଗା ଘଟଣାରେ ସରକାରଙ୍କୁ ଘେରିଲା ବିଜେଡି,ସାମ୍ବାଦିକ ସମ୍ମିଳନୀ କରି ବର୍ଷିଲେ ଲେଖାଶ୍ରୀ ।

ଓଡ଼ିଶାରେ ଚାଲିଛି ନାରୀହନ୍ତା ସରକାର 

୬. ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଗିରଫ  ହେଲେ ମାଧ୍ୟମିକ ଶିକ୍ଷା ପରିଷଦ ଉପସଭାପତି ନିହାର ରଞ୍ଜନ ମହାନ୍ତି ।

ଉପସଭାପତି ନିହାର ରଞ୍ଜନ ମହାନ୍ତି ଗିରଫ 

୭ . ଭିଜିଲାନ୍ସ ଜାଲରେ ବୌଦ୍ଧ ଏମ୍‌ଭିଆଇ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର, ବୌଦ୍ଧ ଓ ମୟୂରଭଂଜର ୬ଟି ଠିକଣାରେ ରେଡ୍ ।

ଭିଜିଲାନ୍ସ ଜାଲରେ ଏମ୍‌ଭିଆଇ

୮ . ସମୁଦ୍ରକୁ ମାଛ ମାରିବାକୁ ଯାଇ ୪ ମତ୍ସ୍ୟଜୀବୀ ନିଖୋଜ । ବସ୍ତା ନିକଟ କଙ୍କଡ଼ାପାଳ ମୁହାଣକୁ ମାଛ ମାରିବାକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ମିଳୁନି ପତ୍ତା 

ମାଛ ମାରିବାକୁ ଯାଇ ନିଖୋଜ  

୯ . ଗାଜାରେ ଖାଦ୍ୟ ସଙ୍କଟ ଉତ୍କଟ । କୁପୋଷଣ ଯୋଗୁଁ ୨୦ ହଜାର ଶିଶୁ ହସ୍ପିଟାଲରେ ଭର୍ତ୍ତି । ଖାଦ୍ୟଅଭାବ ଯୋଗୁ ୧୧୧ଜଣଙ୍କ ମୃତ୍ୟୁ..  

ହସ୍ପିଟାଲ୍‌ରେ ୨୦ ହଜାର ଶିଶୁ  

୧୦ . ଦେଶର ବିଭିନ୍ନ ରାଜ୍ୟରେ ବର୍ଷାର ତାଣ୍ଡବ ।  ଭୂସ୍ଖଳନ ଯୋଗୁ  ଅମରନାଥ ଯାତ୍ରା  ସପ୍ତାହେ ବନ୍ଦ୍‌ । ଏପଟେ ହିମାଚଳ ପ୍ରଦେଶ ଏବଂ ପଞ୍ଜାବରେ ପରିସ୍ଥିତି ସଙ୍ଗୀନ

ଅମରନାଥ ଯାତ୍ରା  ସପ୍ତାହେ ବନ୍ଦ୍‌