ଆସିଲା ନୂଆ ଆକ୍ରାନ୍ତଙ୍କ ତଥ୍ୟ: କଟକ, ସୁନ୍ଦରଗଡ଼ ଓ ଦେବଗଡ଼ ଆକ୍ରାନ୍ତ ଅହମ୍ମଦାବାଦ ଫେରନ୍ତା; ବାଲେଶ୍ୱରର ୭, ଭଦ୍ରକର ସମସ୍ତ ପଜିଟିଭ ପଶ୍ଚିମବଙ୍ଗ ଫେରନ୍ତା; ସଙ୍ଗରୋଧରେ ଥିଲେ ସବୁ ସଂକ୍ରମିତ

ଗଞ୍ଜାମ - ୧୨ , ପୁରୀର ୧୦, ନୟାଗଡର ୩ ଏବଂ ଯାଜପୁରର ନୂଆ ପଜିଟିଭ ସୁରତ ଫେରନ୍ତା । ସମସ୍ତଙ୍କ ଠାରେ ଥିଲା କରୋନା ଲକ୍ଷଣ

1,062

କନକ ବ୍ୟୁରୋ: ଆଜି ଚିହ୍ନଟ ହୋଇଥିବା ସମସ୍ତ ୪୮ ନୂଆ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର । ତେବେ ନୂଆ ଆକ୍ରାନଙ୍କ ମଧ୍ୟରୁ ଆଜି ଗଂଜାମରୁ ଚିହ୍ନଟ ହୋଇଥିବା ସମସ୍ତ ୧୨ ସଂକ୍ରମିତଙ୍କ ରହିଛି ସୁରତ ଲିଙ୍କ୍ । ଗଂଜାମ ଜିଲ୍ଲାରେ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ସୁରତରୁ ଫେରିଥିବା ନେଇ ସ୍ପଷ୍ଟ କରିଛି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ । ସମସ୍ତ ୧୨ ଆକ୍ରାନ୍ତ ସଂଗରୋଧରେ ଥିଲେ ।

ସେହିଭଳି ବାଲେଶ୍ୱରରୁ ଠାବ ହୋଇଥିବା ୧୨ ନୂଆ କରୋନା ଆକ୍ରାନ୍ତଙ୍କ ଭିତରୁ ୭ ଜଣ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବା ବେଳେ ୨ ଆକ୍ରାନ୍ତଙ୍କ ରହିଛି ସୁରତ ଲିଙ୍କ ଏବଂ ଜଣେ ଆକ୍ରାନ୍ତ ମହାରାଷ୍ଟ୍ର ଫେରନ୍ତା ବୋଲି ସ୍ପଷ୍ଟ କରିଛି ବିଭାଗ । ତେବେ ସମସ୍ତ କରୋନା ଆକ୍ରାନ୍ତ କ୍ୱାରେଂଟିନରେ ଥିବା ବେଳେ ମହାରାଷ୍ଟ୍ର ଫେରନ୍ତା ହୋମ୍ କ୍ୱାରେଂଟିନରେ ରହିଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିଭଳି ପୁରୀରୁ ଚିହ୍ନଟ ହୋଇଥିବା ସମସ୍ତ ୧୦ କରୋନା ଆକ୍ରାନ୍ତ ସୁରତ ଫେରନ୍ତା ଏବଂ ସମସ୍ତଙ୍କୁ ସଂଗରୋଧରେ ରଖାଯାଇଥିଲା । ନୟାଗଡର ୩ ନୂଆ ଆକ୍ରାନ୍ତ ଏବଂ ଯାଜପୁରରୁ ଚିହ୍ନଟ ହୋଇଥିବା ୨ ନୂଆ ଆକ୍ରାନ୍ତ ମଧ୍ୟ ସୁରତ ଫେରନ୍ତା ବୋଲି ଜଣାପଡିଥିବା ବେଳେ ସମସ୍ତ ଆକ୍ରାନ୍ତ ସଂଗରୋଧରେ ରହିଥିଲେ ।

ଅନ୍ୟପଟେ କଟକ, ସୁନ୍ଦରଗଡ, ଦେବଗଡରୁ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ଅହମଦାବାଦ ଫେରନ୍ତା ଏବଂ ସେମାନଙ୍କୁ କ୍ୱାରେଂଟିନରେ ରଖାଯାଇଥିଲା । ତେବେ ଭଦ୍ରକରୁ ଚିହ୍ନଟ ସମସ୍ତ ୬ ନୂଆ ଆକ୍ରାନ୍ତଙ୍କ ହେଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା ଏବଂ ସେମାନେ ସମସ୍ତେ ସଂଗରୋଧରେ ଥିଲେ ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।