ମୁନିଗୁଡ଼ାରେ ନବବଧୂଙ୍କୁ ହତ୍ୟା ପରେ ଆତ୍ମହତ୍ୟାର ରୁପ ଦିଆଯାଉଥିବା ଅଭିଯୋଗ : ସ୍ବାମୀଙ୍କ ବିରୋଧରେ ହତ୍ୟା ଅଭିଯୋଗ, ପୋଲିସର ତଦନ୍ତ

340

କନକ ବ୍ୟୁରୋ : ନବବଧୂଙ୍କୁ ହତ୍ୟା ଅଭିଯୋଗ । ହତ୍ୟା ପରେ ଆତ୍ମହତ୍ୟା ରୁପ ଦିଆଯାଉଥିବା ଅଭିଯୋଗ ଆଣିଲେ ପରିବାର ଲୋକ । ମୁନିଗୁଡାରେ ବର୍ଷା ହିଆଲଙ୍କୁ ସ୍ୱାମୀ ସୁନିଲ କୁଶଲୀଆ ହତ୍ୟା କରିଥିବା ସନ୍ଦେହ କରିଛନ୍ତି ବର୍ଷା ପରିବାର ଲୋକ । ଝିଙ୍କା ପରମ୍ପରା ଅନୁଯାୟୀ ଗତ ୬ ମାସ ହେବ ସୁନୀଲ କୁଶଲୀଆ ବର୍ଷାଙ୍କୁ ନିଜ ଘରକୁ ନେଇ ଆସିଥିଲେ । ମୁନିଗୁଡ଼ାରେ କିଚି ଦିନ ରହିବା ପରେ ଉଭୟ ଭୁବନେଶ୍ୱର ଚାଲି ଆସିଥିଲେ । କିନ୍ତୁ ଆରମ୍ଭରୁ ହିଁ ବର୍ଷା ଶାରୀରିକ ଓ ମାନସିକ ନିର୍ଯ୍ୟାତନା ପାଉଥିବା ଘର ଲୋକଙ୍କୁ ଜଣାଇଥିଲେ ।

ଅନ୍ୟ ମହିଳାଙ୍କ ସହ ସୁନିଲଙ୍କ ଅନୈତିକ ସମ୍ପର୍କ ଥିବା ନେଇ ଘରେ କହିଥିଲେ । ନିର୍ଯ୍ୟାତନା ସହିପାରୁନଥିବାରୁ ଘରକୁ ଫେରିବା ପାଇଁ ପରିବାର ଲୋକଙ୍କୁ ବାରମ୍ବାର କହିଥିଲେ ବର୍ଷା । କିନ୍ତୁ ତାଲାବନ୍ଦ ଯୋଗୁଁ ଯାତାୟତ ସମ୍ଭ ହୋଇପାରିନଥିଲା । ଗତକାଲି ଅପରାହ୍ନରେ ବର୍ଷାଙ୍କ ମୃତ୍ୟୁ ହୋଇଥିବା ବେଳେ ରାତି ୮ଟାରେ ବର୍ଷାଙ୍କ ପରିବାରକୁ ଜଣାଇଥିଲେ ସୁନିଲ । ହତ୍ୟା ପଛରେ ସୁନିଲଙ୍କ ସଂପୃକ୍ତି ନେଇ ନୟାପଲ୍ଲୀ ଥାନାରେ ଏତଲା ଦେଇଛନ୍ତି ବର୍ଷାଙ୍କ ବାପା ।