କ୍ୟାପିଟାଲ ହସ୍ପିଟାଲକୁ ମିଳିବ ଇନଫ୍ରାରେଡ୍ ଥର୍ମୋମିଟର । ତାପମାତ୍ରା ମାପିବାକୁ ମିଳିବ ଅତ୍ୟାଧୁନିକ ଯନ୍ତ୍ର

Advertisment
ଆସନ୍ତା କାଲି ରଙ୍ଗର ପର୍ବ ହୋଲି । ସେପଟେ ହୋଲି ଲାଗି କ୍ୟାପିଟାଲ ହସ୍ପିଟାଲରେ ସ୍ବତନ୍ତ୍ର ବ୍ୟବସ୍ଥା

କନକ ବ୍ୟୁରୋ : ରାଜ୍ୟର ୩ଟି ପୁରାତନ ମେଡିକାଲ କଲେଜ ଏସସିବି, ଏମକେସିଜି ଓ ଭିମସାର ବୁର୍ଲା ସମେତ କ୍ୟାପିଟାଲ ହସ୍ପିଟାଲ ଓ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଇନଫ୍ରାରେଡ୍ ଥର୍ମୋମିଟର ଦିଆଯିବ। ଏହି ଥର୍ମୋମିଟର ଜରିଆରେ ୬‌ସେ.ମି ଦୂରତାରୁ ଜଣେ ବ୍ୟକ୍ତିର ଶରୀରର ତାପମାତ୍ରାକୁ ମପାଯାଇ ପାରିବ। ଆସନ୍ତା ସୋମବାର ସୁଦ୍ଧା ଏହି ୫ ଡାକ୍ତରଖାନାରେ ଇନଫ୍ରାରେଡ୍ ଥର୍ମୋମିଟର ଯୋଗାଇ ଦିଆଯିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ଅଜିତ କୁମାର ମହାନ୍ତି ସୂଚନା ଦେଇଛନ୍ତି।

publive-imageକ‌ରୋନା ଭୂତାଣୁକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ଏଥିପାଇଁ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଓ ପାରାଦୀପ ବନ୍ଦରରେ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା ଆରମ୍ଭ ହୋଇଛି। ଏହାସହ ବିମାନ ବନ୍ଦରରେ କ୍ୟାପିଟାଲ ହସ୍ପିଟାଲର ଏକ ଡାକ୍ତରୀ ଦଳ ମାଲେସିଆରୁ ଭୁବନେଶ୍ବରକୁ ଉଡ଼ୁଥିବା ବିମାନ ଯାତ୍ରୀଙ୍କ ସ୍କ୍ରିନିଂ କରୁଛନ୍ତି। ଗତକାଲି ୪ଜଣ ବ୍ୟକ୍ତିଙ୍କ ସ୍ବାବ୍ ଓ ରକ୍ତ ନମୁନା ସଂଗ୍ରହ କରାଯାଇ ପୁନେସ୍ଥିତ ଏନ୍‌ଆଇଭିଙ୍କୁ ପଠାଯାଇଥିଲା। ଫୁଲବାଣୀ ଅଞ୍ଚଳର ଜଣେ ଯୁବକଙ୍କଠାରେ କରୋନା ଭୂତାଣୁ ସନ୍ଦେହ କରାଯିବା ପରେ ତାଙ୍କୁ ଏସ୍‌ସିବି ମେଡିକାଲ କଲେଜରେ ଆଡମିଟ୍ କରାଯାଇଛି। ତାଙ୍କଠାରୁ ରକ୍ତ ନମୁନା ସଂଗ୍ରହ କରାଯାଇଛି। ଏହାକୁ ମିଶାଇ ରାଜ୍ୟରୁ ସମୁଦାୟ ୫ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି।

ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ମହାନ୍ତି କହିଛନ୍ତି, କରୋନା ଭୂତାଣୁର ପ୍ରତିଷେଧକ ବ୍ୟବସ୍ଥା ଦୃଷ୍ଟିରୁ ଇନଫ୍ରାରେଡ୍ ଥର୍ମୋମିଟର ହସ୍ପିଟାଲକୁ ଯୋଗାଇ ଦେବା ଲାଗି ଯୋଜନା ହୋଇଛି। ବଜାରରେ ଏବେ ଏହି ଥର୍ମୋମିଟର ବହୁତ କମ୍ ଉପଲବ୍ଧ ହେଉଥିବାରୁ ଯଥାସମ୍ଭବ ଏହାକୁ ହସ୍ପିଟାଲକୁ ଯୋଗାଇ ଦିଆଯିବ। ଯାହାଫଳରେ କରୋନା ଭୂତାଣୁ ସନ୍ଦେହ ହେଉଥିବା ବ୍ୟକ୍ତିଙ୍କ ତାପମାତ୍ରାକୁ ମପା ଯାଇପାରିବ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe