ହାତଗୋଡ ବନ୍ଧା ଅବସ୍ଥାରେ ବାଉଁଶ ଡୋଲି ଭିତରୁ ନବବଧୂ ଉଦ୍ଧାର । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି । ଶାଶୁ-ଶ୍ୱଶୁର ଥାନାରେ ଅଟକ

248

କନକ ବୁରୋ : ହାତଗୋଡ ବନ୍ଧା ଅବସ୍ଥାରେ ମହିଳା ଉଦ୍ଧାର । ନବବିବାହ ମହିଳାଙ୍କ ହାତ ଓ ଗୋଡକୁ ଦଉଡିରେ ବାନ୍ଧି ବାଉଁଶ ଡୋଲି ଭିତରୁ ଉଦ୍ଧାର ହୋଇଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଂଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ଡାଙ୍ଗସାହି ଅଂଚଳରେ ।

ଡୋଲି ଭିତରୁ ଉଦ୍ଧାର ହୋଇଥିବା ମହିଳାଙ୍କ ନାମ ଝିଲି ପ୍ରଧାନ । ବୁଗୁଡା ଥାନା ଅନ୍ତର୍ଗତ ମଣିତରା ପଂଚାୟତ ଡାଙ୍ଗସାହିର ସତ୍ୟ ନାରାୟଣ ଆରୁଖଙ୍କ ପୁଅ ଜିତୁ ଆରୁଖଙ୍କୁ ୮ ମାସ ତଳେ ବିବାହ କରିଥିଲେ ଝିଲି । ତେବେ ଝିଲିଙ୍କ ମାଆଙ୍କ କହିବା ଅନୁସାରେ ଝିଅ ଗତକାଲି ରାତିରେ ଶାଶୁଘରୁ କୁଆଡେ ଚାଲି ଯାଇଥିବା ନେଇ ତାଙ୍କ ଶ୍ୱଶୁର କହିଥିଲେ ।

ପରେ ଝିଲଙ୍କ ମାଆ-ବାପା ଡାଙ୍ଗସାହି ଆସି ଖୋଜାଖୋଜି କରିବା ସମୟରେ ପଡୋଶୀ ଘରର ବାଉଁଶ ଡୋଲିରେ ଝିଲିଙ୍କୁ ହାତଗୋଡ ବନ୍ଧା ଅବସ୍ଥାରେ ଦେଖିବାକୁ ପାଇଥିଲେ । ପରେ ଗାଁ ଲୋକ ଝିଲିଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ବୁଗୁଡା ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଝିଲିଙ୍କର ଚିକିତ୍ସା ଚାଲିଥିବା ବେଳେ ବୁଗୁଡା ପୁଲିସ ତାଙ୍କ ଶାଶୁ-ଶ୍ୱଶୁରଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି