କରୋନା ସମୟରେ ଆଶଙ୍କା ଭିତରେ ନବଦମ୍ପତି । ପରିବାର ନ ବଢ଼ାଇବାକୁ କରୁଛନ୍ତି ବିଚାର, କହିଲେ କମୁଛି ରୋଜଗାର, ହସ୍ପିପିଟାଲ ଯିବାକୁ ବି ଲାଗୁଛି ଡ଼ର, ଡାକ୍ତରଙ୍କ ପରାମର୍ଶ, ଏବେ ପ୍ରକୃଷ୍ଟ ସମୟ ନୁହେଁ, ଅପେକ୍ଷା କରନ୍ତୁ ଆଉ କିଛି ମାସ ।

387

କନକ ବ୍ୟୁରୋ: କରୋନା ସଂକ୍ରମଣ ହାର ବଢି ବଢି ଚାଲିଥିବା ବେଳେ ପରିବାର ବଢାଇବା ପାଇଁ ଯୋଜନା କରିବାର ଏହା ଠିକ ସମୟ ନୁହେଁ ବୋଲି ବିଚାର କରୁଛନ୍ତି ଦମ୍ପତି । ଏଭଳି ଏକ ଦମ୍ପତିଙ୍କୁ ଭେଟିଥିଲା ଆମ କ୍ୟାାମେରା ଟିମ । ଆଉ ସେମାନେ ବି ନିଜ ପରିବାର ବଢ଼ାଇବା ପୂର୍ବରୁ କରୋନା ଭଳି ସଙ୍କଟ କଥା ଭାବି ସମ୍ବେଦନଶୀଳ ହୋଇ ସତର୍କ ହୋଇଛନ୍ତି ।

ଅନ୍ୟପକ୍ଷରେ ଡାକ୍ତରଙ୍କ ଯୁକ୍ତି ହେଲା, ପ୍ରଥମେ ନିଜର ଯତ୍ନ ନିଅନ୍ତୁ । ମାନସିକ ଓ ଶାରିରୀକ ସ୍ତରରେ ସୁସ୍ଥ ରୁହନ୍ତୁ । ସଂକ୍ରମଣ ବଢୁଥିବାରୁ ପରିବାର ବଢାଇବା ପାଇଁ ୩ରୁ ୪ମାସ ଅପେକ୍ଷା କରିବା ଠିକ ହେବ । କିଛି ସମାଜସେବୀଙ୍କ କହିବା ହେଲା, ବର୍ତମାନ ଠିକ ସମୟ ନୁହେଁ କିନ୍ତୁ ଯଦି ମାନସିକ ଭାବେ ପ୍ରସ୍ତୁତ ଅଛନ୍ତି, ତେବେ କିଛି ଅସୁବିଧା ହେବ ନାହିଁ ।

ଗତ ସପ୍ତାହକ ମଧ୍ୟରେ ପ୍ରତିଦିନ ୫୦୦ରୁ ଅଧିକ କରୋନା ସଂକ୍ରମିତ ସାମନାକୁ ଆସୁଛନ୍ତି । ଏପରି ସମୟରେ ହସ୍ପିଟାଲ ଯିବା ବିପଦପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ । ତେଣୁ ଏବେ ପରିବାର ବଢାଇବା ପାଇଁ ଯୋଜନା କରିବାର ପ୍ରକୁଷ୍ଟ ସମୟ ନୁହେଁ ବୋଲି ବିଚାର କରୁଛନ୍ତି ସ୍ୱାମୀ-ସ୍ତ୍ରୀ ।