କନକ ବ୍ୟୁରୋ: ନିବ ନିର୍ବାଚିତ ବିଧାୟକ ନେବେ ଶପଥ । ମଙ୍ଗଳବାର ଏବଂ ବୁଧବାର ବିଧାନସଭାରେ ୧୪୭ ବିଧାୟକ ଶପଥ ଗ୍ରହଣ କରିବେ । କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଧାୟକଙ୍କୁ ଶପଥ ପାଠ କରାଇବେ ।
ଏହାପରେ ୨୦ରେ ରହିଛି ବାଚସ୍ପତି ନିର୍ବାଚନ । ଏହାପୂର୍ବରୁ ପୋଲିସ ଡିଜି ଅରୁଣ ଷଡଙ୍ଗୀ ବିଧାନସଭାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି । ତିନି ଦିନିଆ ଅଧିବେଶନ ପାଇଁ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କେବଳ ଯେଉଁମାନଙ୍କ ପାଖରେ ବିଧାନସଭାର ପାସ୍ ଥିବ ସେଇମାନେ ବିଧାନସଭାକୁ ପ୍ରବେଶ କରିପାରିବେ ।
ସୁରକ୍ଷା ଦାୟିତ୍ୱରେ ୭୫ ପୋଲିସ ଅଧିକାରୀଙ୍କ ସହ ଆଠ ପ୍ଲାଟୁନ ପୋଲିସ ରହିବେ । ନିଜେ ପୋଲିସ କମିଶନର ସୁରକ୍ଷା ଦାୟିତ୍ୱରେ ରହିବେ । ଏହି ସମୟରେ ଲୋୟର ପିଏମଜିରେ କୌଣସି ଧାରଣା ନାହିଁ । ପୋଲିସ କଣ୍ଟ୍ରୋଲ ରୁମ୍ ଜରିଆରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ ହେବ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/06/8-23.jpg)