ଧାମନଗର ନବନିର୍ବାଚିତ ବିଧାୟକଙ୍କୁ ଆରଡିରେ ସମ୍ବର୍ଦ୍ଧନା : ବାବା ଆଖଣ୍ଡଳମଣୀଙ୍କୁ ଦର୍ଶନ କଲେ ସୂର୍ଯ୍ୟବଂଶୀ ସୁରଜ

236

କନକ ବ୍ୟୁରୋ : ଧାମନଗର ନବ ନିର୍ବାଚିତ ବିଧାୟକଙ୍କୁ ଆରଡିରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ଉପନିର୍ବାଚନରେ ବିଜୟୀ ହେବା ପରେ ଆଜି ଶୋଭାଯାତ୍ରାରେ ଯାଇ ବାବା ଆଖଣ୍ଡଳମଣୀଙ୍କ ଦର୍ଶନ କରିଛନ୍ତି ସୂର୍ଯ୍ୟବଂଶୀ ସୁରଜ । ଆରଡିରେ ପହଞ୍ଚିବା ପରେ ମହିଳାମାନେ ଫୁଲମାଳ ଦେଇ ସୂର୍ଯ୍ୟବଂଶୀ ସୁରଜଙ୍କୁ ସ୍ୱାଗତ କରିଛନ୍ତି । ଗତକାଲି ପ୍ରକାଶ ପାଇଥିବା ଉପନିର୍ବାଚନ ଫଳାଫଳରେ ବିଜେଡି ପ୍ରାର୍ଥୀ ଅବନ୍ତି ଦାସଙ୍କୁ ୯ହଜାରରୁ ଅଧିକ ଭୋଟରେ ପରାସ୍ତ କରି ଧାମନଗର ଆସନକୁ ସୁରଜ ଜିତି ନେଇଛନ୍ତି  ।