ସାପ କାମୁଡ଼ାରେ ଆହତ ମାଲକାନଗିରି ଚିତ୍ରକୋଣ୍ଡାର ନବନିର୍ବାଚିତ ବିଧାୟକ । ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା

1,651

କନକ ବ୍ୟୁରୋ : ସାପ କାମୁଡାରେ ଗୁରୁତର ହେଲେ ନବ ନିର୍ବାଚିତ ବିଧାୟକ । ମାଲକାନଗିରି ଚିତ୍ରକୋଣ୍ଡାର ନବ ନିର୍ବାଚିତ ବିଧାୟକ ମଙ୍ଗୁ ଖିଲ ସର୍ପାଘାତରେ ଗୁରୁତର ହୋଇଛନ୍ତି । ପରେ ତାଙ୍କୁ ପରିବାର ଲୋକଙ୍କ ପକ୍ଷରୁ କୁଡୁମୁଲୁଗୁମା ମେଡିକାଲରେ ଭର୍ତି କରାଯାଇଛି । ଏବେ ସେ ସୁସ୍ଥ ଥିବା ମେଡିକାଲ କତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ବୁଧବାର ରାତିରେ ସାପ କାମୁଡାରେ ଗୁରୁତର ହୋଇଥିଲେ ମଙ୍ଗୁ ଖିଲ ।

ରାତିରେ କରେଣ୍ଟ୍ କଟିଯାଇଥିଲା । ମୋ ପାଖରେ କିଛି ଲୋକେ ଥିଲେ ଆମେ ବସି ଆଲୋଚନା କରୁଥିଲୁ । ପରିଶ୍ରା କରିବା ପାଇଁ ବାହାରକୁ ଯିବା ବେଳେ ସାପ କାମୁଡିଦେଲା । ମୋବାଇଲ୍ ଲାଇଟରେ ଦେଖିଲା ବେଳକୁ କିଛି ନଥିଲା । ଗୋଡ ବିନ୍ଧା ହେବା ପରେ ସାପ କାମୁଡିଛି ଜାଣି ହସ୍ପିଟାଲ ଆସିଥିଲି । ସୁସ୍ଥ ହେବା ପରେ ମଙ୍ଗୁ ଖିଲ କହିଛନ୍ତି କେମିତି କାମୁଡିଲା ସାପ ।