କନକ ବ୍ୟୁରୋ: ଭୁବନେଶ୍ୱରରେ ମାଡ଼ି ଚାଲିଛି ଭୂତାଣୁ । ପୁଣି ଚିହ୍ନଟ ହେଲେ ୨୯ ପଜିଟିଭ୍ । ଯେଉଁଥିରେ ଲୋକାଲ୍ କେସ୍ ୧୪ ରହିଥିବାବେଳେ ସଙ୍ଗରୋଧ କେନ୍ଦ୍ରରୁ ମଧ୍ୟ ୧୪ ଟି କୋଭିଡ୍ ମାମଲା ଆସିଛି । ତେବେ ଏଥିରେ ଜଣେ କରୋନା ଯୋଦ୍ଧା ମଧ୍ୟ ରହିଥିବା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।
ତେବେ କେଉଁ କେଉଁ ଅଞ୍ଚଳରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ତାଙ୍କ ବାବଦରେ ସଂକ୍ଷିପ୍ତ ସୂଚନା ଜାରି କରିଛି ବିଏମସି...
Update on newly detected & cured #COVID19 cases in the last 24 hrs under the BMC area on 7th July 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/S4Q6Q9oMw2— BMC (@bmcbbsr) July 7, 2020
ଅନ୍ୟପଟେ ରାଜଧାନୀବାସୀଙ୍କୁ ଆଶ୍ୱସ୍ତିକର ଖବର କି , ଆଉ ୩ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୭୯ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସକ୍ରିୟ କେସ୍ ୧୯୫ ରହିଛି । ସେହିଭଳି ୨୭୭ ଜଣ ସୁସ୍ଥ ହୋଇଥିବାବେଳେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରଶାସନ ସୂଚନା ଦେଇଛି ।