ଭୁବନେଶ୍ୱରରେ ମାଡ଼ି ଚାଲିଛି କରୋନା ଭୂତାଣୁ । ଆଜି ଆଉ ୧୩୭ ପଜିଟିଭ୍ ଚିହ୍ନଟ, ସଙ୍ଗରୋଧ କେନ୍ଦ୍ରରୁ ୧୧୩ ଏବଂ ଲୋକାଲରୁ ୨୪ ଜଣ ପଜିଟିଭ୍ , ସେପଟେ ୧୧୮ ଆକ୍ରାନ୍ତ ସୁସ୍ଥ

201

କନକ ବ୍ୟୁରୋ: ଭୁବନେଶ୍ୱରରେ ମାଡ଼ି ଚାଲିଛି ଭୂତାଣୁ । ପୁଣି ଚିହ୍ନଟ ହେଲେ ୧୩୭ ପଜିଟିଭ୍ । ଯେଉଁଥରେ ସଙ୍ଗରୋଧ କେନ୍ଦ୍ରରୁ ୧୧୩ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨୪ଟି ଲୋକାଲ୍ କେସ୍ ଆସିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କିଏ କେଉଁ କେଉଁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ତାଙ୍କ ବାବଦରେ ସଂକ୍ଷିପ୍ତ ସୂଚନା ଜାରି କରିଛି ବିଏମସି…

ଅନ୍ୟପଟେ ରାଜଧାନୀବାସୀଙ୍କୁ ଆଶ୍ୱସ୍ତିକର ଖବର କି , ଆଉ ୧୧୮ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ହଜାର ୩୫୪ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସକ୍ରିୟ କେସ୍ ୧ ହଜାର ୨୭୩ ରହିଛି । ସେହିଭଳି ୨ ହଜାର ୬୧ ଜଣ ସୁସ୍ଥ ହୋଇଥିବାବେଳେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରଶାସନ ସୂଚନା ଦେଇଛି ।

Comments are closed.