ଭୂତାଣୁ ଭିତରେ ଭୁବନେଶ୍ୱର ପାଇଁ ଭଲ ଖବର । କରୋନାରୁ ଏକାଥରେ ୧୦୭ ଆକ୍ରାନ୍ତ ସୁସ୍ଥ , ମୋଟ୍ ସୁସ୍ଥ ସଂଖ୍ୟା ୧୭୯୮କୁ ବୃଦ୍ଧି, ଆଜି ରାଜଧାନୀରୁ ୮୯ ପଜିଟିଭ୍ ଚିହ୍ନଟ ।

398

କନକ ବ୍ୟୁରୋ: ଭୂତାଣୁ ଭିତରେ ଭୁବନେଶ୍ୱର ପାଇଁ ଭଲ ଖବର । ଆଜି ସ୍ମାର୍ଟସିଟିରୁ ଏକାଥରେ ସୁସ୍ଥ ହୋଇଛନ୍ତି ୧୦୭ ଜଣ ଆକ୍ରାନ୍ତ । ତେବେ ଆଜିର ସୁସ୍ଥଙ୍କୁ ମିଶାଇ ଭୁବନେଶ୍ୱରରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୧୭୯୮କୁ ବୃଦ୍ଧି ପାଇଛି । ତେବେ ଅନ୍ୟପଟେ ଆଜି ରାଜଧାନୀବାସୀଙ୍କୁ ଆଶ୍ୱସ୍ତିକଲା ଭଳି ଖବର ମଧ୍ୟ ଆସିଛି । କାରଣ ଆଜି ରାଜଧାନୀରୁ ମାତ୍ର ୮୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ ୬୫ ସଂଗରୋଧ କେନ୍ଦ୍ରରୁ ରହିଥିବାବେଳେ ୨୪ଟି ଲୋକାଲ କେସ୍ ରହିଛି ।

ତେବେ ଆକ୍ରାନ୍ତ ଏବଂ ସୁସ୍ଥମାନଙ୍କ ମଧ୍ୟରୁ କିଏ କେଉଁ କେଉଁ ଅଞ୍ଚଳର ତାକୁ ନେଇ ବସ୍ତୃତ ସୂଚନା ଜାରି କରିଛି ବିଏମସି…

ଅନ୍ୟପଟେ ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ହଜାର ୬୯ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସକ୍ରିୟ କେସ୍ ୧୨୫୦ ରହିଛି । ସେହିଭଳି ୧୭୯୮ଜଣ ସୁସ୍ଥ ହୋଇଥିବାବେଳେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବିଏମସି କହିଛି ।

Comments are closed.