ରାଜଧାନୀର ବିଭିନ୍ନ ଅଞ୍ଚଳରୁ ୬ କରୋନା ପଜିଟିଭ୍ ଚିହ୍ନଟ । ବିଏମସି ଜାରି କଲା ଆକ୍ରାନ୍ତଙ୍କ ତଥ୍ୟ, ଜାଖନ୍ତୁ କେଉଁ କେଉଁ ଅଞ୍ଚଳରୁ ଅଛନ୍ତି ଆକ୍ରାନ୍ତ…

1,149

କନକ ବ୍ୟୁରୋ: ଆଜି ଆସିଥିବା ନୂଆ ସଂକ୍ରମିତ ତାଲିକାରେ ଖୋର୍ଦ୍ଧା ଜିଲ୍ଲାରୁ ରହିଛନ୍ତି ୧୫ ଜଣ ଆକ୍ରାନ୍ତ । ତେବେ ଏହା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରୁ ଅଛନ୍ତି ୬ ଜଣ ଆକ୍ରାନ୍ତ । ୩ ଜଣ ସଂଗରୋଧ କେନ୍ଦ୍ରରୁ ଏବଂ ଅନ୍ୟ ୩ ଜଣ ସ୍ଥାନୀୟ ଅଂଚଳରୁ । ସଂଗରୋଧ କେନ୍ଦ୍ରରୁ ଆକ୍ରାନ୍ତ ୩ ଜଣ ହେଉଛନ୍ତି ଡୁମୁଡୁମା, ନୟାପଲ୍ଲୀ ଏବଂ ବାପୁଜୀ ନଗର ଅଂଚଳରୁ । ଏମାନଙ୍କ ମଧ୍ୟରୁ ୨ ଜଣ କଲିକତା ଫେରନ୍ତା ଜଣେ ବାଙ୍ଗାଲୋରରୁ ଫେରିଥିଲେ । ସ୍ଥାନୀୟ ଅଂଚଳରୁ ଥିବା ୩ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଏକ ଘରୋଇ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ମହିଳା ଅଛନ୍ତି ।

ସେହିପରି ଟଙ୍କପାଣିରୋଡ୍ ଅଂଚଳରୁ ଜଣେ ୫୫ ବର୍ଷୀୟ ପୁରୁଷ ଏବଂ ଫରେଷ୍ଟ ପାର୍କ ଅଂଚଳରୁ ଜଣେ ୩୬ ବର୍ଷୀୟ ପୁରୁଷଙ୍କ ଠାରେ ମିଳିଛି କୋଭିଡ୍ ୧୯ ଭୂତାଣୁ । ଏହି ୬ ଜଣଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏହାକୁ ମିଶାଇ ଖୋର୍ଧା ଜିଲ୍ଲାରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨୯୨କୁ ବୃଦ୍ଧି ହୋଇଛି । ଏହା ମଧ୍ୟରୁ ୧୨୨ ଆକ୍ଟିଭ୍ କେସ୍ ରହିଛି । ଆଜି ଆସିଥିବା ରିପୋର୍ଟରେ ୧୯ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ଫଳରେ ଜିଲ୍ଲାରେ ମୋଟ୍ ସୁସ୍ଥ ସଂଖ୍ୟା ୧୬୫କୁ ବୃଦ୍ଧି ହୋଇଛି ।

ହୋମ କ୍ୱାରେଣ୍ଟାଇନ୍‌ ଥିବା ୩ଜଣଙ୍କ ମଧ୍ୟରୁ ୨୪ବର୍ଷୀୟ ପୁରୁଷ ଦୁମଦୁମା ଫେଜ-୧ ଅଞ୍ଚଳରେ ବସବାସ କରନ୍ତି । ସେ କିଛିଦିନ ତଳେ ବେଙ୍ଗାଲୁରୁରୁ ଫେରିଥିଲେ। ସେହିପରି ୪୧ବର୍ଷୀୟ ପୁରୁଷ କିଛିଦିନ ତଳେ କୋଲକାତାରୁ ଫେରି ନୟାପଲ୍ଲୀ ଆଇଆରସିରେ ରହୁଥିବା ବେଳେ କରୋନା ଆକ୍ରାନ୍ତ ହୋଇଥିବା ୩୮ବର୍ଷୀୟ ପୁରୁଷ ବାପୁଜୀ ନଗର ଅଞ୍ଚଳରେ ହୋମ କ୍ୱାରେଣ୍ଟାଇନ୍‌ରେ ରହୁଥିଲେ।