ଭୁବନେଶ୍ୱରରେ ମାଡ଼ି ଚାଲିଛି କରୋନା ଭୂତାଣୁ । ଆଜି ଆଉ ୧୫୯ ପଜିଟିଭ୍ ଚିହ୍ନଟ, ସଙ୍ଗରୋଧ କେନ୍ଦ୍ରରୁ ୧୧୮, ଲୋକାଲରୁ ବାହାରିଲେ ୪୧ ପଜିଟିଭ୍ । ସୁସ୍ଥ ହେଲେ ଆଉ ୧୦୨ ।

201

କନକ ବ୍ୟୁରୋ: ଭୁବନେଶ୍ୱରରେ ମାଡ଼ି ଚାଲିଛି ଭୂତାଣୁ । ପୁଣି ଚିହ୍ନଟ ହେଲେ ୧୫୯ ପଜିଟିଭ୍ । ଯେଉଁଥିରେ ଲୋକାଲ୍ କେସ୍ ୧୧୮ ରହିଥିବାବେଳେ ସଙ୍ଗରୋଧ କେନ୍ଦ୍ରରୁ ମଧ୍ୟ ୪୧ଟି କୋଭିଡ୍ ମାମଲା ଆସିଛି । ତେବେ ଏଥିରେ କିଛି କରୋନା ଯୋଦ୍ଧା ମଧ୍ୟ ରହିଥିବା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କିଏ କେଉଁ କେଉଁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ତାଙ୍କ ବାବଦରେ ସଂକ୍ଷିପ୍ତ ସୂଚନା ଜାରି କରିଛି ବିଏମସି…

ଅନ୍ୟପଟେ ରାଜଧାନୀବାସୀଙ୍କୁ ଆଶ୍ୱସ୍ତିକର ଖବର କି , ଆଉ ୧୦୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨ହଜାର ୧୫୦ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସକ୍ରିୟ କେସ୍ ୧ହଜାର ୧୨୫ ରହିଛି । ସେହିଭଳି ଭୁବନେଶ୍ୱରରେ ହଜାରେ ଟପିଛି ସୁସ୍ଥଙ୍କ ସଂଖ୍ୟା । ଆଜିର ୧୦୨ ସୁସ୍ଥଙ୍କୁ ମିଶାଇ ମୋଟ୍ ୧ ହଜାର ୧ ହଜାର ୧୧ ଜଣ ସୁସ୍ଥ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୧୨ରେ ରହିଥିବା ବିଏମସି ସୂଚନା ଦେଇଛି ।