କନକ ବ୍ୟୁରୋ: ଭୂତାଣୁ ଭିତରେ ଭୁବନେଶ୍ୱର ପାଇଁ ଭଲ ଖବର । ଆଜି ସ୍ମାର୍ଟସିଟିରୁ ଏକାଥରେ ସୁସ୍ଥ ହୋଇଛନ୍ତି ୪୯ ଜଣ ଆକ୍ରାନ୍ତ । ତେବେ ଆଜିର ସୁସ୍ଥଙ୍କୁ ମିଶାଇ ଭୁବନେଶ୍ୱରରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୬୨୫କୁ ବୃଦ୍ଧି ପାଇଛି । ତେବେ ଅନ୍ୟପଟେ ଆଜି ରାଜଧାନୀବାସୀଙ୍କୁ ଆଶ୍ୱସ୍ତିକଲା ଭଳି ଖବର ମଧ୍ୟ ଆସିଛି । କାରଣ ଆଜି ରାଜଧାନୀରୁ ମାତ୍ର ୨୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ ୧୬ ସଂଗରୋଧ କେନ୍ଦ୍ରରୁ ରହିଥିବାବେଳେ ୫ଟି ଲୋକାଲ କେସ୍ ରହିଛି ।
ତେବେ ଆକ୍ରାନ୍ତ ଏବଂ ସୁସ୍ଥମାନଙ୍କ ମଧ୍ୟରୁ କିଏ କେଉଁ କେଉଁ ଅଞ୍ଚଳର ତାକୁ ନେଇ ବସ୍ତୃତ ସୂଚନା ଜାରି କରିଛି ବିଏମସି...
Update on newly detected & cured #COVID19 cases in the last 24 hrs under the BMC area on 21st July 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/AcICXZC4PM— BMC (@bmcbbsr) July 21, 2020
ଅନ୍ୟପଟେ ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧ ହଜାର ୨୫୨ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସକ୍ରିୟ କେସ୍ ୬୧୪ ରହିଛି । ସେହିଭଳି ୬୨୫ ଜଣ ସୁସ୍ଥ ହୋଇଥିବାବେଳେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବିଏମସି କହିଛି ।