ଭୁବନେଶ୍ୱରରେ ମାଡ଼ି ଚାଲିଛି କରୋନା ଭୂତାଣୁ । ଆଜି ଆଉ ୩୧୯ ପଜିଟିଭ୍ ଚିହ୍ନଟ, ସଙ୍ଗରୋଧ କେନ୍ଦ୍ରରୁ ୧୭୨, ଲୋକାଲରୁ ବାହାରିଲେ ୧୪୭ ପଜିଟିଭ୍ । କରୋନାରୁ ଆଉ ୧୧୩ ସୁସ୍ଥ  ।

208

କନକ ବ୍ୟୁରୋ: ଭୁବନେଶ୍ୱରରେ ମାଡ଼ି ଚାଲିଛି ଭୂତାଣୁ । ପୁଣି ଚିହ୍ନଟ ହେଲେ ୩୧୯ ପଜିଟିଭ୍ । ଯେଉଁଥିରେ ସଙ୍ଗରୋଧ କେନ୍ଦ୍ରରୁ ୧୭୨ଟି କୋଭିଡ୍ ମାମଲା ରହିଥିବାବେଳେ ୧୪୭ଟି ଲୋକାଲ୍ କେସ୍ ଆସିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କିଏ କେଉଁ କେଉଁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ତାଙ୍କ ବାବଦରେ ସଂକ୍ଷିପ୍ତ ସୂଚନା ଜାରି କରିଛି ବିଏମସି…

ଅନ୍ୟପଟେ ରାଜଧାନୀବାସୀଙ୍କୁ ଆଶ୍ୱସ୍ତିକର ଖବର କି , ଆଉ ୧୧୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬ ହଜାର ୩୯୬ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସକ୍ରିୟ କେସ୍ ୨ ହଜାର ୪୦୫ ରହିଛି । ସେହିଭଳି ୩ ହଜାର ୯୫୩ ଜଣ ସୁସ୍ଥ ହୋଇଥିବାବେଳେ ୩୧ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରଶାସନ ସୂଚନା ଦେଇଛି ।

Comments are closed.