ଭୁବନେଶ୍ୱରରେ ମାଡ଼ି ଚାଲିଛି କରୋନା ଭୂତାଣୁ । ଆଜି ଆଉ ୨୭୭ ପଜିଟିଭ୍ ଚିହ୍ନଟ, ସଙ୍ଗରୋଧ କେନ୍ଦ୍ରରୁ ୧୮୧, ଲୋକାଲରୁ ବାହାରିଲେ ୯୬ ପଜିଟିଭ୍ । କରୋନାରୁ ଆଉ ୧୩୩ ସୁସ୍ଥ ।

245

କନକ ବ୍ୟୁରୋ: ଭୁବନେଶ୍ୱରରେ ମାଡ଼ି ଚାଲିଛି ଭୂତାଣୁ । ପୁଣି ଚିହ୍ନଟ ହେଲେ ୨୭୭ ପଜିଟିଭ୍ । ଯେଉଁଥିରେ ସଙ୍ଗରୋଧ କେନ୍ଦ୍ରରୁ ୧୮୧ଟି କୋଭିଡ୍ ମାମଲା ରହିଥିବାବେଳେ ୯୬ଟି ଲୋକାଲ୍ କେସ୍ ଆସିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କିଏ କେଉଁ କେଉଁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ତାଙ୍କ ବାବଦରେ ସଂକ୍ଷିପ୍ତ ସୂଚନା ଜାରି କରିଛି ବିଏମସି…

ଅନ୍ୟପଟେ ରାଜଧାନୀବାସୀଙ୍କୁ ଆଶ୍ୱସ୍ତିକର ଖବର କି , ଆଉ ୧୩୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫ ହଜାର ୧୧୯ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସକ୍ରିୟ କେସ୍ ୧ ହଜାର ୮୩୯ ରହିଛି । ସେହିଭଳି ୩ ହଜାର ୨୫୧ ଜଣ ସୁସ୍ଥ ହୋଇଥିବାବେଳେ ୨୩ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରଶାସନ ସୂଚନା ଦେଇଛି ।

Comments are closed.