କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ କାୟା ମେଲାଉଛି କରୋନା ଭୂତାଣୁ । ଦିନକୁ ଦିନ ବଢ଼ିଚାଲିଛି କରୋନର କୋପ । ଆଜି ପୁଣି ଭୁବନେଶ୍ୱର ବିଭିନ୍ନ ସ୍ଥାନରୁ ୫୧ ଜଣ ପଜିଟିଭ୍ ଚିହ୍ନଟ । ତେବେ ଏହି ପଜିଟିଭ୍ ସଂଖ୍ୟା ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୩୫ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ୧୬ଟି ରହିଛି । ଆକ୍ରାନ୍ତଙ୍କ ବାବଦରେ ଏକ ତଥ୍ୟ ତାଲିକା ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ । ତେବେ ରାଜଧାନୀର କେଉଁ କେଉଁ ଅଞ୍ଚଳରୁ ୪୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ତଳେ ଦିଆଯାଇଥିବା ତଥ୍ୟ ଉପରେ ନଜର ପକାନ୍ତୁ...
Update on newly detected & cured #COVID19 cases in the last 24 hrs under the BMC area on 14th July 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/Hx1JNnvHJN— BMC (@bmcbbsr) July 14, 2020
ଅନ୍ୟପଟେ ଭୁବନେଶ୍ୱରରୁ ଆଜି ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି । ତେବେ ରାଜଧାନୀରେ ମୋଟ୍ ୭୬୯ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୩୬୧ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ୩୯୭ଟି ମାମଲା ସକ୍ରିୟ ଥିବାବେଳେ ବର୍ତ୍ତମାନ ସୁଦ୍ଧା ରାଜଧାନୀରୁ ମୋଟ୍ କରୋନା ମୃତ୍ୟୁ ୧୦ରେ ରହିଛି ।