ଭୁବନେଶ୍ୱରରେ ମାଡ଼ି ଚାଲିଛି ଭୂତାଣୁ । ପୁଣି ୪୫ ଜଣ ପଜିଟିଭ୍ ଚିହ୍ନଟ, ସଂଗରୋଧ କେନ୍ଦ୍ରରୁ ୩୫, ଲୋକାଲ୍ କେସ୍ ୧୦ । ରାଜଧାନୀରେ ମୋଟ୍ ପଜିଟିଭ ସଂଖ୍ୟା ୬୦୨କୁ ବୃଦ୍ଧି ।

619

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ କାୟା ମେଲାଉଛି କରୋନା ଭୂତାଣୁ । ଦିନକୁ ଦିନ ବଢ଼ିଚାଲିଛି କରୋନର କୋପ । ଆଜି ପୁଣି ଭୁବନେଶ୍ୱର ଭିବିନ୍ନ ସ୍ଥାନରୁ ୪୫ ଜଣ ପଜିଟିଭ୍ ଚିହ୍ନଟ । ତେବେ ଏହି ପଜିଟିଭ୍ ସଂଖ୍ୟା ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୩୫ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ୧୦ଟି ରହିଛି । ଆକ୍ରାନ୍ତଙ୍କ ବାବଦରେ ଏକ ତଥ୍ୟ ତାଲିକା ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ । ତେବେ ରାଜଧାନୀର କେଉଁ କେଉଁ ଅଞ୍ଚଳରୁ ୪୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ତଳେ ଦିଆଯାଇଥିବା ତଥ୍ୟ ଉପରେ ନଜର ପକାନ୍ତୁ…

ଅନ୍ୟପଟେ ଭୁବନେଶ୍ୱରରୁ ଆଜି ୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି । ତେବେ ରାଜଧାନୀରେ ମୋଟ୍ ୬୦୨ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୩୦୮ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ୨୮୬ଟି ମାମଲା ସକ୍ରିୟ ଥିବାବେଳେ ବର୍ତ୍ତମାନ ସୁଦ୍ଧା ରାଜଧାନୀରୁ ମୋଟ୍ କରୋନା ମୃତ୍ୟୁ ୭ରେ ରହିଛି ।

Comments are closed.