ରାଜଧାନୀର କରୋନା ଅପଡେଟ୍ । ଭୁବନେଶ୍ୱରରେ ଆଜି ଚିହ୍ନଟ ହେଲେ ଆଉ ୧୦୫ ପଜିଟିଭ୍, ସୁସ୍ଥ ହେଲେ ୧୨୩ ଆକ୍ରାନ୍ତ । 

843

କନକ ବ୍ୟୁରୋ: ଆଜି ଖୋର୍ଦ୍ଧା ଜିଳ୍ଲାରୁ ଚିହ୍ନଟ ହୋଇଥିବା ୨୨୦ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରରୁ ଅଛନ୍ତି ୧୦୫ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୫୯ଜଣ ଓ ୪୬ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏହାସହ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଂଚିଛି ୨୬୦୭ରେ । ସ୍ଥାନୀୟ ଆକ୍ରାନ୍ତଙ୍କ ମଧ୍ୟରେ ରହିଛନ୍ତି ରସୁଲଗଡରୁ ୩ଜଣ, ୟୁନିଟ ୧ବସ୍ତିରୁ ୩ଜଣ, ପୁରୁଣା ଏଜି କଲୋନୀରୁ ୩ଜଣଙ୍କୁ ମିଶାଇ ୧୦୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେପଟେ ରାଜଧାନୀ ଭୁବନେଶ୍ୱରରେ ଆଜି କରୋନାରୁ ସୁସ୍ଥ ହୋଇଛନ୍ତି ୧୨୩ ଆକ୍ରାନ୍ତ । ଆଉ ଏହା ସହ ଭୁବନେଶ୍ୱରରେ ୧୩୩୯ରେ ପହଞ୍ଚିଛି ମୋଟ୍ ସୁସ୍ଥ ସଂଖ୍ୟା । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।