ଭୁବନେଶ୍ୱରରେ ମାଡ଼ି ଚାଲିଛି କରୋନା ଭୂତାଣୁ । ଆଜି ଆଉ ୩୨୬ ପଜିଟିଭ୍ ଚିହ୍ନଟ, ସଙ୍ଗରୋଧ କେନ୍ଦ୍ରରୁ ୭୦, ଲୋକାଲରୁ ବାହାରିଲେ ୨୫୬ ପଜିଟିଭ୍ । କରୋନାରୁ ଆଉ ୩୯୨ ଆକ୍ରାନ୍ତ ସୁସ୍ଥ…

143

କନକ ବ୍ୟୁରୋ: ଭୁବନେଶ୍ୱରରେ ମାଡ଼ି ଚାଲିଛି ଭୂତାଣୁ । ପୁଣି ଚିହ୍ନଟ ହେଲେ ୩୨୬ ପଜିଟିଭ୍ । ଯେଉଁଥିରେ ସଙ୍ଗରୋଧ କେନ୍ଦ୍ରରୁ ୭୦ଟି ପଜିଟିଭ୍ କେସ୍ ଆସିଥିବାବେଳେ ୨୫୬ଟି ଲୋକାଲ୍ କେସ୍ ଆସିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କିଏ କେଉଁ କେଉଁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ତାଙ୍କ ବାବଦରେ ସଂକ୍ଷିପ୍ତ ସୂଚନା ଜାରି କରିଛି ବିଏମସି…

ଅନ୍ୟପଟେ ରାଜଧାନୀବାସୀଙ୍କୁ ଆଶ୍ୱସ୍ତିକର ଖବର କି , ଆଉ ୩୯୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୦ ହଜାର ୨୧୯ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସକ୍ରିୟ କେସ୍ ୩ ହଜାର ୬୧୨ ରହିଛି । ସେହିଭଳି ୧୬ ହଜାର ୫୧୧ ଜଣ ସୁସ୍ଥ ହୋଇଥିବାବେଳେ ୮୦ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରଶାସନ ସୂଚନା ଦେଇଛି ।

Comments are closed.