ଭୁବନେଶ୍ୱରରେ ପୁଣି ୫ ନୂଆ ପଜିଟିଭ୍ । ୩ ଆକ୍ରାନ୍ତ ଘରୋଇ ସଂଗରୋଧ ଏବଂ ୨ ପଜିଟିଭ୍ ସ୍ଥାନୀୟ ଅଞ୍ଚଳର । ଟ୍ୱିଟ୍ କରି ସୂଚନା ଦେଲା ବିଏମସି ।

1,219

କନକ ବ୍ୟୁରୋ: ଭୁବନେଶ୍ୱରରୁ ପୁଣି ୫ ପଜିଟିଭ ଚିହ୍ନଟ । ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ । ଘରୋଇ ସଙ୍ଗରୋଧରୁ ୩ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ ।

ତେବେ ଘରୋଇ ସଙ୍ଗରୋଧରେ ଥିବା ୩ ଆକ୍ରାନ୍ତଙ୍କ ମଧ୍ୟରେ ରହିଛନ୍ତି ସତ୍ୟନଗର ଅଞ୍ଚଳର ୩୬ ବର୍ଷୀୟ ଯୁବକ ଏବଂ ସେ ଦିଲ୍ଲୀ ଫେରନ୍ତା । ଅନ୍ୟଜଣେ ଆକ୍ରାନ୍ତ ନିରଣକରି ନଗର ଅଞ୍ଚଳର ୨୨ ବର୍ଷୀୟ ଯୁବକଏବଂ ସେ ଜଣେ ଆଇ.ଟି ବିଶେଷଜ୍ଞ । ତାଙ୍କ ଟ୍ରାଭେଲ ହିଷ୍ଟ୍ରି ମଧ୍ୟ ଦିଲ୍ଲୀ ଫେରନ୍ତା ବୋଲି ସ୍ପଷ୍ଟ । ତୃତୀୟ ଆକ୍ରାନ୍ତ ଜଣ ପଟିଆ ଶ୍ରୀ ବିହାର ଅଞ୍ଚଳର ଜଣେ ୨୫ ବର୍ଷୀୟ ଯୁବତୀ । ପୂର୍ବ ଆକ୍ରାନ୍ତଙ୍କ ସମର୍କୀୟ ବୋଲି ଜଣାପଡ଼ିଛି ।

ସେହିପରି ୨ ଜଣ ଲୋକାଲ କେସ୍ ମଧ୍ୟରୁ ଜଣେ ଡୁମୁଡୁମା ଏଚବି କଲୋନୀର ୩୭ ବର୍ଷୀୟ ଯୁବକ । ପୂର୍ବ ପୂର୍ବ ଆକ୍ରାନ୍ତଙ୍କ ସସ୍ପର୍ଶରେ ଆସିଥିବା ଜଣାପଡ଼ିଛି । ଦ୍ୱିତୀୟ ଆକ୍ରାନ୍ତ ଜଣକ ୨୪ ବର୍ଷୀୟ ଯୁବକ । ସେ ମେଡିକାଲ ଅଫିସର ବୋଲି ଟ୍ୱିଟ୍ କରି ସ୍ପଷ୍ଟ କରିଛି ବିଏମସି । ତେବେ ନୂଆ ୫ ଆକ୍ରାନ୍ତଙ୍କୁ ମିଶାଇ କେବଳ ଭୁବନେଶ୍ୱରରେ ୧୩୨ ପଜିଟିଭ୍ କେସ୍ ବାହାରିଲାଣି । ସେଥି ମଧ୍ୟରୁ ୭୪ ସୁସ୍ଥ ହୋଇଥିବାବେଳେ ୫୪ ଜଣ ସକ୍ରିୟ ଅଛନ୍ତି । ଏବଂ ୩ ଜଣଙ୍କର ମୃତ୍ୟୁ ହୋଇଛି ।