ଭୁବନେଶ୍ୱର ପାଇଁ ଭଲ ଖବର । ଏକାଥରେ ସୁସ୍ଥ ହେଲେ ୩୫୪ ଆକ୍ରାନ୍ତ, ୩୧୪ ନୂଆ ପଜିଟିଭ୍ ଚିହ୍ନଟ ।

78

କନକ ବ୍ୟୁରୋ: ଭୁବନେଶ୍ୱର ପାଇଁ ଭଲ ଖବର । ଏକାଥରେ ସୁସ୍ଥ ହେଲେ ୩୫୪ ଜଣ ଆକ୍ରାନ୍ତ । ତେବେ ଗୋଟିଏ ଦିନରେ ଚିହ୍ନଟ ହେଲେ ୩୧୪ ପଜିଟିଭ୍ । ଯେଉଁଥିରେ ସଙ୍ଗରୋଧ କେନ୍ଦ୍ରରୁ ୮୪ଟି ପଜିଟିଭ୍ କେସ୍ ଆସିଥିବାବେଳେ ୨୩୦ଟି ଲୋକାଲ୍ କେସ୍ ଆସିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କିଏ କେଉଁ କେଉଁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ତାଙ୍କ ବାବଦରେ ସଂକ୍ଷିପ୍ତ ସୂଚନା ଜାରି କରିଛି ବିଏମସି…

ଅନ୍ୟପଟେ ରାଜଧାନୀବାସୀଙ୍କୁ ଆଶ୍ୱସ୍ତିକର ଖବର କି , ଆଉ ୩୫୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୪ ହଜାର ୨୨୮ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସକ୍ରିୟ କେସ୍ ୩ ହଜାର ୫୩୧ ରହିଛି । ସେହିଭଳି ୨୦ ହଜାର ୫୭୧ ଜଣ ସୁସ୍ଥ ହୋଇଥିବାବେଳେ ୧୦୫ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରଶାସନ ସୂଚନା ଦେଇଛି ।