କନକ ବ୍ୟୁରୋ: ଭୁବନେଶ୍ୱରରେ ମାଡ଼ି ଚାଲିଛି ଭୂତାଣୁ । ପୁଣି ଚିହ୍ନଟ ହେଲେ ୩୧୨ ପଜିଟିଭ୍ । ଯେଉଁଥିରେ ସଙ୍ଗରୋଧ କେନ୍ଦ୍ରରୁ ୫୮ଟି ପଜିଟିଭ୍ କେସ୍ ଆସିଥିବାବେଳେ ୨୫୪ଟି ଲୋକାଲ୍ କେସ୍ ଆସିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କିଏ କେଉଁ କେଉଁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ତାଙ୍କ ବାବଦରେ ସଂକ୍ଷିପ୍ତ ସୂଚନା ଜାରି କରିଛି ବିଏମସି...
Update on newly detected #COVID19 cases in the last
24 hrs under the BMC area on 2nd Oct 2020(till 9am).Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/Ld7QfY7eoe— BMC (@bmcbbsr) October 2, 2020
ଅନ୍ୟପଟେ ରାଜଧାନୀବାସୀଙ୍କୁ ଆଶ୍ୱସ୍ତିକର ଖବର କି , ଆଉ ୩୨୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୨ ହଜାର ୫୪୭ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସକ୍ରିୟ କେସ୍ ୩ ହଜାର ୫୧୪ ରହିଛି । ସେହିଭଳି ୧୮ ହଜାର ୯୧୪ ଜଣ ସୁସ୍ଥ ହୋଇଥିବାବେଳେ ୧୦୦ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରଶାସନ ସୂଚନା ଦେଇଛି ।