ନବଜାତ ଶିଶୁର କଟା ମୁଣ୍ଡକୁ ଧରି ହସ୍ପିଟାଲରେ ଘୂରିବୁଲିଲା କୁକୁର ! ଯିଏ ଦେଖିଲା ସିଏ ହୋଇଗଲା ସ୍ତବ୍ଧ ।

37

ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ହସ୍ପିଟାଲରେ ସେତେବେଳେ ଚାଞ୍ଚଲ୍ୟ ଖେଳି ଯାଇଥିଲା, ଯେତେବେଳେ ଏକ ନବଜାତ ଶିଶୁର କଟା ମୁଣ୍ଡକୁ ଏକ କୁକୁର ମୁହଁରେ ନେଇ ବୁଲୁଥିବାର ଦେଖାଯାଇଥିଲା । ମିଳିଥିବା ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ଦିନ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସର ସୁନ୍ଦର ଲାଲ ହସ୍ପିଟାଲରେ ଥିବା ଶିଶୁ ବିଭାଗ ବାହାରେ କିଛି ଲୋକମାନେ ଏକ କଳା ରଙ୍ଗର କୁକୁରକୁ ଦେଖିଥିଲେ । ଏବଂ ଏହି କୁକୁରଟି ଏକ ନବଜାତ ଶିଶୁର ମୁଣ୍ଡକୁ ପାଟିରେ ପୁରାଇ ନେଇଯାଉଥିଲା ।

ତେବେ ଏହି ଘଟଣାର ସୂଚନା ଯେତେବେଳେ ଡ୍ୟୁଟିରେ ଥିବା ସୁରକ୍ଷାକର୍ମୀଙ୍କ ନିକଟରେ ପହଞ୍ଚିଥିଲା, ସେତେବେଳେ ସେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ହସ୍ପିଟାଲରେ ଥିବା ଏହି ଶିଶୁଟିର ପରିବାର ବର୍ଗ ଯେତେବେଳେ ଜୋରରେ ପାଟି କରିଥିଲେ, ସେତେବେଳେ କୁକୁରଟି ଶିଶୁକୁ ଛାଡି ସେଠାରୁ ପଳାଇ ଯାଇଥିଲା ।

ଏହା ପରେ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ପୋଲିସ । ଏବଂ ଶିଶୁର ମୁଣ୍ଡକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା । ତେବେ ଏହି ଘଟଣା ସମ୍ପର୍କରେ ଚିକିତ୍ସା ଅଧୀକ୍ଷକ ପ୍ରଫେସର ବିଜୟନାଥ ମିଶ୍ର କହିଛନ୍ତି ଯେ, ଘଟଣାକୁ ନେଇ ହସ୍ପିଟାଲରେ ଉପସ୍ଥିତ ଲୋକମାନଙ୍କୁ ପଚରାଉଚୁରା କରାଯାଉଛି, କିନ୍ତୁ କୌଣସି ପ୍ରକାର ସୂଚନା ମିଳିପାରିନାହିଁ । ତେବେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।