କନକ ବ୍ୟୁରୋ : ଅଖାବସ୍ତାରୁ ନବଜାତକ ଉଦ୍ଧାର ହୋଇଛି । ନନ୍ଦନକାନନ ଥାନା ସାମ୍ନା ବ୍ରିଜ ତଳୁ ନବଜାତକ ଠାବ କରାଯାଇଛି । ନାହିନାଡ ଲାଗିଥିବା ଅବସ୍ଥାରେ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ନବଜାତକକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚିକିତ୍ସା ପରେ ଶିଶୁ ଅନାଥ ଆଶ୍ରମକୁ ହସ୍ତାନ୍ତର କରାଯାଇଛି । ଏ ନେଇ ନନ୍ଦନକାନନ ପୋଲିସର ପକ୍ଷରୁ ତଦନ୍ତ ଜାରି ରହିଛି ।

Advertisment