ଲୋଡା ନାହିଁ ଏମିତି ପୁଅ ! ଶୀତରାତିରେ ୮୦ ବର୍ଷର ମା’କୁ ରାସ୍ତାକଡରେ ଛାଡିଲେ ୪ ପୁଅ ।

ଲୋଡା ନାହିଁ ଏମିତି ପୁଅ ! ଶୀତରାତିରେ ୮୦ ବର୍ଷର ମା’କୁ ରାସ୍ତାକଡରେ ଛାଡିଲେ ୪ ପୁଅ ।

ସନ୍ତାନ ଶବ୍ଦଟି ମା’ ପାଇଁ କେତେ ଯେ ସୁଖଦାୟକ ହୋଇଥାଏ ତାହା ଜଣେ ମା’ ହିଁ ବୁଝିପାରେ । ଦଶମାସ ଦଶଦିନ ଗର୍ଭରେ ଧରି ଯେ ଏକ ମାଂସ ପିଣ୍ଡୁଳାକୁ ଜୀବନ ଦେଇ ଦୁନିଆ ଦେଖାଏ ,ନିଜେ ଭୋକରେ ରହି ସନ୍ତାନର ପେଟ ପୁରାଏ,ନିଜେ ଅନିଦ୍ରା ରହି ଛୁଆକୁ ଶୁଆଏସେହି ମା’ର ଅବସ୍ଥା ଯେ ଆଜି କେତେ ଦୟନୀୟ ଅବସ୍ଥାରେ କଟୁଛି ତାହା ଆପଣ ଏହି ଖବରରୁ ଜାଣିପାରିବେ ।

publive-image

ଘଟଣାଟି ହେଉଛି ଦିଲ୍ଲୀର । ଏଠାରେ ଯୁବସଂଘର ଦଳେ କର୍ମୀ ଯେତେବେଳେ ଲୋକଙ୍କ ସାହାଯ୍ୟ ପାଇଁ ରାସ୍ତାକୁ ଓହ୍ଲାଇଲେ । ଜଣେ ୮୦ ବର୍ଷୀୟ ବୃଦ୍ଧାଙ୍କ ଆଡକୁ ତାଙ୍କ ନଜର ପଡିଲା । ବୃଦ୍ଧାଙ୍କ କଟୋରୀରେ ପଡିଥିଲା କିଛି ଟଙ୍କିକିଆ ମୁଦ୍ରା । ତାଙ୍କୁ ଖାଇବାକୁ ଦେଇ ତୁରନ୍ତ ମେଡିକାଲରେ ମଧ୍ୟ ଭର୍ତ୍ତି କରାଗଲା । ତିନିଦିନରୁ ଭୋକିଲା ଥିବାରୁ ସେ କଥା କହିବାକୁ ମଧ୍ୟ ସମର୍ଥ ହୋଇପାରୁନଥିଲେ । ଡାକ୍ତରଖାନାରେ ବୃଦ୍ଧା ଜଣଙ୍କ କୁଳଙ୍ଗାର ପୁଅମାନଙ୍କ କଥାକୁ ମଧ୍ୟ ବଖାଣିଥିଲେ । ୪ ପୁଅଙ୍କ ମା’ ମୁନେଶ୍ୱରୀ ଯବାନ ଅବସ୍ଥାରେ ହିଁ ଏକ ସଡକ ଦୁର୍ଘଟଣାରେ ସ୍ୱାମୀ ଏବଂ ନିଜର ଏକ ଗୋଡକୁ ହରାଇଥିଲେ । ନକଲି ଗୋଡର ସାହାରାରେ ସେ କାମ କରି ୪ ପୁଅଙ୍କୁ ବଡ କରିଥିଲେ । କିନ୍ତୁ ସମୟ ଆସିବା ପରେ ସେହି ୪ ପୁଅ ମା’ଙ୍କୁ ଅଲୋଡା ଭାବି ରାସ୍ତାକଡରେ ଛାଡି ଚାଲିଗଲେ । କେତେବେଳେ ମନ୍ଦିରରୁ ତ ଆଉ କେତେବେଳେ ସଡକରୁ ଦୁଇ ପଇସା ପାଇ ମୁନେଶ୍ୱରୀ ପେଟକୁ ଦାନା ଯୋଗାଉଥିଲେ । କିନ୍ତୁ ଶୀତରାତିରେ ସେ ଆହୁରି ଦୁର୍ବଳ ହୋଇଯାଇଥିଲେ । ଦେହରେ ପତଳା ଲୁଗା ଥିବା କାରଣରୁ ସେ ଭୀଷଣ ଥଣ୍ଡାକୁ ସହ୍ୟ ନକରିପାରି ଗୋଟିଏ ଦୋକାନ କଡରେ ପଡିରହିଥିଲେ । ଭାଗ୍ୟବଶତଃ ଯୁବକ ମାନେ ତାଙ୍କ ଚିକିତ୍ସା କରି ବୃଦ୍ଧାଶ୍ରମରେ ଛାଡି ଆସିଛନ୍ତି । ଯେଉଁଠି ତାଙ୍କର ଭଲଭାବରେ ଦେଖାଶୁଣା କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe