କନକ ବ୍ୟୁରୋ: ଦିଲ୍ଳୀରୁ ମେରଠକୁ କମିଲା ଦୂରତା । ଦିଲ୍ଲୀରୁ ମେରଠ ପହଁଚିବାକୁ ଲାଗିବ ମାତ୍ର ୪୫ ମିନିଟ୍ । ଦିଲ୍ଲୀ-ମେରଠ ଏକ୍ସପ୍ରେସ ୱେ ଏହି ଦୂରତାକୁ କମାଇ ଦେଇଛି । ଏହି ଅତ୍ୟାଧୁନିକ ରାସ୍ତାର ପ୍ରଥମ ଚରଣ ଆଜି ଉଦ୍ଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହାଇଟେକ୍ –ଏକ୍ସପ୍ରେସ-ୱେକୁ ଦେଶକୁ ସମର୍ପିତ କରିଛନ୍ତି । ୧୧ ହଜାର କୋଟି ଟଙ୍କାରେ ନିର୍ମିତ ହୋଇଛି ଏହି ୧୪ ଲେନ୍ ବିଶିଷ୍ଟ ରାସ୍ତା ।
ଉଦଘାଟନ ପରେ ସେହି ରାସ୍ତାରେ ଏକ ରୋଡ୍ ଶୋ’ କରିଛନ୍ତି ପ୍ରଧାନମନ୍ତ୍ରୀ । ନିଜାମଉଦ୍ଦିନ ବ୍ରିଜ୍ ନିକଟରୁ ରୋଡରେ ୬ କିମି ଯାତ୍ରା କରିଛନ୍ତି । । ତେବେ ମୋଦିଙ୍କର ଗୋଟିଏ ଝଲକ ପାଇଁ ରାସ୍ତାର ଉଭୟ ପାଶ୍ୱର୍ରେ ହଜାର ହଜାର ଲୋକ ଭିଡ ଜମାଇଥିବା ଦେଖିବାକୁ ମିଳିଥିଲା । ମୋଦି ମଧ୍ୟ ଜନତାଙ୍କୁ ହାତ ହଲାଇ ଅଭିନନ୍ଦନ ଜଣାଇଥିଲେ । ସେଠାରୁ ହେଲିକପ୍ଟରରେ ବାଗପତ ଯାଇ ବାହାରୀ ଏକ୍ସପ୍ରେସ-ୱେକୁ ଉଦ୍ଦଘାଟନ କରି ଦେଶକୁ ସମର୍ପତ କରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/MODI-ROAD-SHOW.jpg)
/kanak/media/post_attachments/wp-content/uploads/2018/05/16b5882c-6170-11e8-b354-8e7f0da49342-300x169.jpeg)