କନକ ବ୍ୟୁରୋ : ମା କୋଳରୁ ଛୁଆ ଚୋରିକଲେ ମହିଳା । କଟକ ପରେ ସମ୍ବଲପୁରରୁ ଆସିଛି ଏଭଳି ସମ୍ବେଦନଶୀଳ ଅଭିଯୋଗ । ସଦର ହସ୍ପିଟାଲରେ ଲାଗିଥିବା ସିସିଟିଭିରୁ ଜଣାପଡିଛି ରାତି ଅନ୍ଧାରରେ, କିଭଳି ସମସ୍ତେ ଶୋଇ ପଡିବା ପରେ ଛୁଆକୁ ଧରି ଚମ୍ପଟ ମାରୁଛନ୍ତି ଜଣେ ମହିଳା । ତେବେ ଏହି ଘଟଣା ପରେ ହସ୍ପିଟାଲରେ ନବଜାତଙ୍କ ସୁରକ୍ଷା ନେଇ ସୃଷ୍ଟି ହୋଇଛି ବିରାଟ ପ୍ରଶ୍ନବାଚୀ । ପିଲାଚୋରି ପାଇଁ ଯୋଜନାବଦ୍ଧ ରାକେଟ କାମ କରୁନାହିଁ ତ, ଏଭଳି ସନ୍ଦେହ ବି ଉଠିଛି ।
କିଏ ଏହି ହଳଦିଆ ଶାଲ ଘୋଡି ହୋଇଥିବା ମହିଳା? ଯିଏ ନିଜକୁ ଆଶାକର୍ମୀ କହି ସମ୍ବଲପୁର ସଦର ହସ୍ପିଟାଲରୁ ଚୋରି କରିନେଲା ଛୁଆ । ସିସିଟିଭି ଯାଂଚ ପରେ ରହସ୍ୟମୟୀ ମହିଳାଙ୍କ ପଛରେ ପୋଲିସ । ନିଜ ମୁହଁକୁ ସଂପୂର୍ଣ୍ଣ ଢାଙ୍କି ରଖିଥିବାରୁ ଚିହ୍ନିବା ସମ୍ଭବ ହେଉନାହିଁ । ତଥାପି ହସ୍ପିଟାଲ କର୍ମଚାରୀଙ୍କ ନିକଟରୁ ମିଳିଥିବା ତଥ୍ୟ ଆଧାରରେ ଆରମ୍ଭ ହୋଇଛି ଖାନତଲାସ ।
ତେବେ ସମ୍ବଲପୁରରେ ପିଲାଚୋରି ଘଟଣା ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
- ଅଜଣା ମହିଳା ନିଜକୁ ଆଶାକର୍ମୀ କହି ଛୁଆ ଚୋରି କରିବା କିଭଳି ସମ୍ଭବ ହେଲା?
- ମହିଳା ଜଣକ ଦିନତମାମ ୱାର୍ଡରେ ବୁଲୁଥିଲେ ମଧ୍ୟ କେହି ଚିହ୍ନି ପାରିଲେନି କେମିତି?
- ଡାକ୍ତର ଓ ନର୍ସଙ୍କ ସହ ମହିଳା ଜଣକ ଲେବର ରୁମକୁ ଗଲେ କିପରିି?
- ମହିଳା ଜଣକ ଛୁଆକୁ ନେଇ ଚାଲିଗଲାବେଳେ ସୁରକ୍ଷା କର୍ମୀ କରୁଥିଲେ କ’ଣ?
- ହସ୍ପିଟାଲରେ ପିଲାଚୋରି ପଛରେ ବିଧିବଦ୍ଧ ରାକେଟ କାମକରୁନାହିଁ ତ?
- କିଛି ଟଙ୍କା ପାଇଁ ମା’ର ମମତା ସହ ଖେଳ ଖେଳୁଛନ୍ତି କି କର୍ମଚାରୀ?
ଏହା ସହ ଦେଖନ୍ତୁ ଏହି ଭିଡିଓ-