୫ ଦିନ ପରେ ମିଳିଲା ହସ୍ପିଟାଲରୁ ଚୋରୀ ହୋଇଥିବା ଶିଶୁ : ହସ୍ପିଟାଲରୁ ଦିନକର ଶିଶୁକୁ ଚୋରୀ କରିଥିଲେ ୨ ମହିଳା

103

କନକ ବ୍ୟୁରୋ : ନର୍ସ ବୋଲି କହି ଜଣେ ମହିଳା ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ଏକ ଡାକ୍ତରଖାନାରୁ ନବଜାତ ଶିଶୁଟିଏ ଚୋରାଇ ନେବାର ପାଞ୍ଚ ଦିନ ପରେ, ଶୁକ୍ରବାର ସକାଳେ ତାକୁ ଥାନା ଫାଟକ ସାମ୍ନାରେ ରଖି ପଳାଇଥିବା କଥା ପୁଲିସ କହିଛି । ଇନ୍ଦୋର ଡେପୁଟି ପୁଲିସ ଇନ୍ସ୍‌ପେକ୍ଟର୍‌ ଜେନେରାଲ୍‌ ଚାରି ମିଶ୍ର କହିଛନ୍ତି ଯେ, ମହାରାଜା ଯଶୋବନ୍ତରାଓ ହସ୍ପିଟାଲ୍‌ରେ ଥିବା ମା ସହିତ ଶିଶୁଟିର ପୁନର୍ମିଳନ ହୋଇଛି । ଶିଶୁଟିକୁ ସଂଯୋଗିତାଗଞ୍ଜ ଥାନା ବାହାରେ କେହି ଛାଡ଼ି ଚାଲିଯାଇଥିଲା ।

ଏହି ମାମଲାକୁ ଆମେ ଚାଲେଞ୍ଜ୍‌ ଭାବେ ଗ୍ରହଣ କରିଥିଲା ପୋଲିସ । ଡାକ୍ତରଖାନାର ସିସିଟିଭି ଫୁଟେଜ୍‌ ଆଧାରରେ ଅଭିଯୁକ୍ତ ମହିଳାଙ୍କର ଅନୁସନ୍ଧାନ ଆରମ୍ଭ କରିଥିଲା । ସିସିଟିଭ ଫୁଟେଜକୁ କଡାକଡି ଯାଞ୍ଚ କରାଯାଇଥିଲା । ସେଥିରେ ମହିଳା ଦୁଇଚକିଆ ଯାନରେ ଖସି ପଳାଉଥିବା ଦୃଶ୍ୟ ଫୁଟେଜ୍‌ରେ ଦେଖିବାକୁ ମିଳିଥିଲା । ପରେ ଖୋଜାଖୋଜି କରି ସେହି ପ୍ରକାରର ପ୍ରାୟ ୪୫୦ଟି ଦ୍ୱିଚକିଆ ଯାନ ଚିହ୍ନଟ କରାଯାଇଥିଲା । କିନ୍ତୁ, ସେ ମହିଳାଙ୍କ କୌଣସି ଖୋଜ ଖବର ମିଳିନଥିଲା । ପରେ ମହିଳାଙ୍କ ସମ୍ପର୍କରେ ସୂଚନା ଦେଲେ ୨୦ ହଜାର ଟଙ୍କା ପୁରସ୍କାର ମିଳିବ ବୋଲି ମଧ୍ୟ ଘୋଷଣା କରାଯାଇଥିଲା ।

ତେବେ, ପୁଲିସ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ଭୟରେ ଅଭିଯୁକ୍ତ ମହିଳା ଶିଶୁଟିକୁ ସଂଯୋଗିତାଗଞ୍ଜ ଥାନା ଫାଟକ ପାଖରେ ଛାଡ଼ି ଚାଲିଯାଇଛନ୍ତି । ଶିଶୁଟି ସୁସ୍ଥ ଅଛି ଏବଂ ତା’ର ମା ଭର୍ତ୍ତି ହୋଇଥିବା ମହାରାଜା ଯଶୋବନ୍ତରାଓ ହସ୍ପିଟାଲ୍‌ରେ ଚିକିତ୍ସକମାନଙ୍କ ତତ୍ତ୍ୱାବଧାନରେ ରହିଛି । ମାଆ ଓ ପିଲାଙ୍କର ପୁନର୍ମିଳନ ହୋଇଛି । ତଥାପି  ଅଭିଯୁକ୍ତ ମହିଳାଙ୍କୁ ଖୋଜା ଖୋଜି ଜାରି ରହିଥିବା ପୋଲିସ କହିଛି । ନଭେମ୍ବର ୧୫ ତାରିଖ ଦିନ ଶିଶୁଟି ଡାକ୍ତରଖାନାରୁ ଅପହୃତ ହୋଇଥିଲା ।