କନକ ବ୍ୟୁରୋ : ରାସ୍ତାକଡ଼ରେ ନବଜାତକକୁ ଫିଙ୍ଗିଦେଇଗଲେ ଜଣେ ମହିଳା, ଆଉ ତାକୁ ପାଇ ଉଦ୍ଧାର କଲେ ଆଉ ଜଣେ ମହିଳା । ପରେ ପୋଲିସ୍ ଶିଶୁକୁ ଠାବ କରି ଚାଇଲଡ ହେଲ୍ପଲାଇନକୁ ହସ୍ତାନ୍ତର କଲା । ଗତକାଲି ରାଜଧାନୀର ଆଚାର୍ଯ୍ୟ ବିହାରରେ ଏପରି ଘଟଣା ଘଟିଛି । ଦିନ ପ୍ରାୟ ଗୋଟାଏ ବେଳେ ଜଣେ ମହିଳା ଅଟୋ ରିକ୍ସାରେ ଆସି ଏକ ନବଜାତକକୁ ରାସ୍ତା କଡ଼ରେ ପିଙ୍ଗି ଦେଇଥିଲେ ।

Advertisment

ଏହା ପରେ ଆଖଣ୍ଡଳିମଣି ବସ୍ତିର ରିତାଞ୍ଜଳି ମହାନ୍ତି ଶିଶୁଟିକୁ ଠାବ କରିଥିଲେ ଓ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପରେ ନିଜ ଘରକୁ ନେଇଯାଇଥିଲେ । ଅନ୍ୟପଟେ ସହିଦନଗର ପୋଲିସ୍ ଖବର ପାଇ ଶିଶୁଟିକୁ ଉଦ୍ଧାର କରିଥିଲା ଓ ଚାଇଲଡ୍ ହେଲପ୍ ଲାଇନକୁ ହସ୍ତାନ୍ତର କରିଥିଲ । ଶିଶୁଟିର ଏବେ ଯତ୍ନ ନିଆଯାଉଛି । ତେବେ ପ୍ରଥମେ ଅଟୋ ରିକ୍ସାରେ ଆସିଥିବା ମହିଳା ଜଣକ କାହିଁକି ଜଣେ ନବଜାତକକୁ ଏପରି ରାସ୍ତାକଡ଼ରେ ଫିଙ୍ଗି ଦେଇଗଲେ ଜଣାପଡ଼ି ନାହିଁ । ତେବେ ଏହି ପ୍ରସଙ୍ଗ ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ସୃଷ୍ଟି କରିଛି ।