ରାସ୍ତାକଡ଼ରୁ ନବଯାତ ଶିଶୁ କନ୍ୟା ଉଦ୍ଧାର । ଅସହାୟ ଅବସ୍ଥାରେ କିଏ ଛାଡି ଚାଲିଗଲା କାରଣ ଅସ୍ପଷ୍ଟ

110

କନକ ବ୍ୟୁରୋ : ରାସ୍ତାକଡ଼ରୁ ନବଯାତ ଶିଶୁ କନ୍ୟା ଉଦ୍ଧାର । ଭଦ୍ରକ ଧାମରା ବଜାର ନିକଟ ପେଟ୍ରୋଲ ପମ୍ପ ରାସ୍ତାକଡ଼ରୁ ଶିଶୁ କନ୍ୟାଟି ଉଦ୍ଧାର ହୋଇଛି । ମଣି ଶଙ୍କର ଗ୍ରୁପର ସଦସ୍ୟ ସୁମନ୍ତ କୁମାର ମହାନ୍ତି ଧାମରାରୁ ଫେରୁଥିବା ବେଳେ ରାସ୍ତାକଡ଼ରୁ ଶିଶୁକନ୍ୟାଟିକୁ ଉଦ୍ଧାର କରିଥିଲେ । ଏହାପରେ ଆମ୍ବୁଲାନ୍ସ ଯୋଗେ ଧାମରା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ।

ତେବେ ନବଜାତ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ ତାକୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ମା’ ଧାମରାଇଙ୍କ ପୀଠରେ ପବିତ୍ର ମକର ସଂକ୍ରାନ୍ତି ଚାଲିଥିବାବେଳେ ଭିଡ଼ର ସୁଯୋଗ ନେଇ କେହି ଏଭଳି କରିଥାଇପାରେ ବୋଲି କୁହାଯାଉଛି ।