‘ଏ ନିଷ୍ପାପ ଶିଶୁର କ’ଣ ଦୋଷ ଥିଲା’? କୁନି ଝିଅର ମୃତଦେହକୁ ଛାତିରେ ଚାପି ଧରି ବିକଳ ହେଉଛି ବାପା ।

985

କନକ ବ୍ୟୁରୋ: ପାଲେଷ୍ଟାଇନ୍ ଆତଙ୍କବାଦୀ ସଙ୍ଗଠନ ହମାସ୍ ଇସ୍ରାଏଲକୁ ଏଭଳି ଦୁଃଖ ଦେଇଛି ଯାହା ସାରା ବିଶ୍ୱକୁ ଦୋହଲାଇଦେଇଛି । ହମାସର ଆକ୍ରମଣରେ ଇସ୍ରାଏଲର ପାଖାପାଖି ୧୦୦୦ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଶହଶହ ଲୋକ ଗୁୁରୁତର ଆହତ ହୋଇଛନ୍ତି । ହମାସର ଆକ୍ରମଣର ତୁରନ୍ତ ପାଲଟା ଜବାବ ଦେଇଛି ଇସ୍ରାଏଲ ସେନା । ପୁରା ଗାଜାକୁ ଚାରିପଟୁ ଘେରି ରଖିଛି ଇସ୍ରାଏଲ ସେନା । ଦୁଇ ପକ୍ଷର ଆକ୍ରମଣ ଓ ପ୍ରତିଆକ୍ରମଣରେ ବଳି ପଡୁଛନ୍ତି ନିଷ୍ପାପ ଶିଶୁ । ପ୍ରତି ମୁହୂର୍ତ୍ତରେ ସୋସିଆଲ ମିଡିଆରେ ଏଭଳି ଭିଡିଓ ଅପଲୋଡ ହେଉଛି ଯେଉଁଥିରେ ନାଗରିକଙ୍କ ଛାତିଥରା ଦୃଶ୍ୟ ସାମ୍ନାକୁ ଆସୁଛି । ତାଜା ଭିଡିଓରେ ଏକ ନବଜାତ ଶିଶୁ କନ୍ୟାର ଭିଡିଓ ଜାରି ହୋଇଛି ଯେଉଁଥିରେ କୁନି ଝିଅର ଶବକୁ ଛାତିରେ ଚାପି ଧରି ବିକଳ ହୋଇଛି କାନ୍ଦୁଛି ବାପା । ଏ ନିରୀହ ଛୁଆର କି ଦୋଷ ବୋଲି କାନ୍ଦି କାନ୍ଦି ପଚାରୁଛି ଅସହାୟ ବାପା । ଏ ବ୍ୟକ୍ତି ଜଣକ ହେଉଛନ୍ତି ଗାଜାର ବାସିନ୍ଦା ।

ଏହି ଭିଡିଓ ସୋସିଆଲ ମିଡିଆରେ ଦେଖିବା ପରେ ଆପଣଙ୍କ ଆଖି ବି ଜକେଇ ଆସିବ । ଏ ଦୃଶ୍ୟ ଚିତ୍କାର କରି କହୁଛି ବିବାଦ ଜାଗା ପାଇଁ ହେଉ ବା ସୀମା ପାଇଁ କିନ୍ତୁ ଦଣ୍ଡ ପାଉଛନ୍ତି ନିର୍ଦ୍ଦୋଷ ସାଧାରଣ ନାଗରିକ ।