ଚିକିତ୍ସା ସୁବିଧା ନମିଳିବା କାରଣରୁ ବୁଧବାର ଦିନ ଚଳନ୍ତା ଟ୍ରେନରେ ଜନ୍ମ ହୋଇଥିବା ଶିଶୁର ମୃତ୍ୟୁ ହୋଇଯାଇଛି । ଝାରଖଣ୍ଡର ଲୋହରଦଗା ଜିଲ୍ଲାର ନିବାସୀ ଇନ୍ଦ୍ରାଣୀ ଦେବୀଙ୍କୁ ଟ୍ରେନରେ ଯାତ୍ରା ସମୟରେ ପ୍ରସବ ଯନ୍ତ୍ରଣା ହୋଇଥିଲା । ସେ ନିଜ ସ୍ୱାମୀଙ୍କ ସହ ଅଲାପୁଝା-ଧାନବାଦ ଏକ୍ସପ୍ରେସରେ ରାଂଚି ଯାଉଥିଲେ । ରାସ୍ତାରେ ହିଁ ସେ ଟ୍ରେନରେ ଏକ ଶିଶୁକୁ ଜନ୍ମ ଦେଲେ ।
ସୂଚନାଯୋଗ୍ୟ, ସେମାନେ ରେଳବାଇ ଠାରୁ ଚିକିତ୍ସା ପାଇଁ ସହାୟତା ମାଗିଥିଲେ । କିନ୍ତୁ କୌଣସି ସହାୟତା ମିଳିଲାନି । ରାଂଚି ଷ୍ଟେସନରୁ ଓହ୍ଲାଇବା ପରେ ସେ ସେମାନେ ହସପିଟାଲରେ ପହଂଚିଥିଲେ । ସେ ଏକ ଝୋଟ ବସ୍ତାରେ ଶିଶୁକୁ ଘୋଡେଇ ହସପିଟାଲ ନେଇଥିଲେ । ସେଠାରେ ମଧ୍ୟ ଡାକ୍ତର ଶିଶୁର ଚିକିତ୍ସାରେ ବିଳମ୍ବ କରିଥିଲେ । ଯେତେବେଳେ ତାର ଚିକିତ୍ସା ହୁଅନ୍ତା, ଶିଶୁଟିର ମୃତ୍ୟୁ ହୋଇସାରିଥିଲା । ଦମ୍ପତି ନକ୍ସଲ ପ୍ରଭାବିତ ଲୋହରଦଗା ଜିଲ୍ଲାରୁ ଆସନ୍ତି । ସେ ରେଳବାଇ ଦ୍ୱାରା ପ୍ରଦାନ କରାଯାଉଥିବା ସାମାଜିକ ଚିକିତ୍ସା ସୁବିଧା ବିଷୟରେ ଅଜ୍ଞାତ ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/02/2019_2largeimg13_Wednesday_2019_163713327.jpg)
/kanak/media/post_attachments/wp-content/uploads/2019/02/349432-infant-babay-d-300x169.jpg)