କନକ ବ୍ୟୁରୋ: ମଧ୍ୟପ୍ରଦେଶ ବୈତୁଲରେ ଘଟିଛି ଅଭାବନୀୟ ଘଟଣା । କପଡାରେ ଗୁଡା ହୋଇ ବୁଦାମୂଳେ ଫିଙ୍ଗା ହୋଇଥିବା ଏକ ନବଜାତ ଶିଶୁକୁ କୁକୁର ଘୋଷାଡି ନେଉଥିବାବେଳେ ଉଦ୍ଧାର କଲେ ସ୍ଥାନୀୟ ଲୋକେ । ତୁରନ୍ତ ଶିଶୁକୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି ।
ଘଟଣାର ସୂଚନା ମିଳିବା ମାତ୍ରେ ପୁଲିସ ପହଞ୍ଚି ମମଲାର ଯାଞ୍ଚ ଆରମ୍ଭ କରିଛି । ଏଭଳି ଘଟଣା ଆଠନେର ଥାନା ଅନ୍ତର୍ଗତ ସାତନେର ଗାଁର । ନବଜାତକୁ କୁକୁର ଘୋଷାଡି ନେଉଥିବାବେଳେ ତାର ହାତ ଦେଖି କୁକୁରଙ୍କୁ ଘଉଡାଇବା ସହ ଶିଶୁଟିକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ଶିଶୁଟି ୭ ମାସରେ ଜନ୍ମ ହୋଇଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2023/01/111111111-1.jpg)