ଚୀନ ନିମୋନିଆ ପାଇଁ ସର୍ତ୍ତକ ଭାରତ ସରକାର । ସମସ୍ତ ରାଜ୍ୟଙ୍କୁ ସର୍ତ୍ତକ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ନିର୍ଦ୍ଦେଶ

146

କନକ ବ୍ୟୁରୋ : ବଢ଼ୁଛି ଶ୍ୱାସକ୍ରିୟା ସଂକ୍ରମଣ । ପିଲା ଓ ଅଧିକାଂଶ ଯୁବପୀଢିଙ୍କୁ   ଶିକାର କରୁଛି ଏକ ରହସ୍ୟମୟ ଜ୍ୱର ଓ ନିମୋନିଆ । ଚୀନରେ ମାଡିଚାଲିଛି ଏହି ଅଜଣା ରୋଗ । ଏନେଇ ସଜାଗ ହୋଇଛନ୍ତି ଚୀନ ସରକାର । ସେପଟେ କୋଭିଡ ପରି ସମସ୍ୟା ନଆସିବା ପାଇଁ ଭାରତ ସରକାର ସମୟ ଥାଉ ଥାଉ ସଜାଗ ହେଲେଣି । ୬ଟି ରାଜ୍ୟକୁ ସର୍ତକ ରହିବାକୁ ସରକାର ନିର୍ଦ୍ଦେଶ ଦେବା ସହ ସ୍ୱାସ୍ଥ୍ୟ ଭିତିଭୂମି ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ମହାରାଷ୍ଟ୍ର, ରାଜସ୍ଥାନ, କର୍ଣ୍ଣାଟକ, ଉତରାଖଣ୍ଡ, ହରିୟାଣା ଓ ତାମିଲନାଡୁ ସର୍ତକ କରାଇଛନ୍ତି କେନ୍ଦ୍ର ସରକାର । ରାଜ୍ୟରେ ଜନିତ ସମସ୍ୟା ଆକ୍ରାନ୍ତମାନଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବା ଲାଗି ଡାକ୍ତରଖାନା ଓ ସ୍ୱ।।ସ୍ଥ୍ୟସେବା କର୍ମଚାରୀ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି । କେନ୍ଦ୍ର ସରକାରଙ୍କ ଗାଇଡଲାଇନ ପରେ ମହାରାଷ୍ଟ୍ର ସରକାର ପୁଣି ଥରେ ରାଜ୍ୟରେ କୋଭିଡ ପ୍ରୋଟୋକଲ ଲାଗୁ କରିବାକୁ ବିଚାର କରୁଛନ୍ତି । ସେପଟେ ଶୀତାକାଳୀନ ଥଣ୍ଡା ପ୍ରତି ସର୍ତକତା ଅବଲମ୍ବନ ପାଇଁ କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ ଜନସାଧାରଣଙ୍କୁ କହିଛି । ସେହିପରି ଗୁଜରାଟ, ଉତରାଖଣ୍ଡ, ତାମିଲନାଡୁ, ହରିଆଣା ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟବିଭାଗ ସତର୍କ ରହିବାକୁ କହିଛନ୍ତ । ଇନଫ୍ଲୁଏଂଜା ଓ ଶ୍ୱାସ ସମ୍ବନ୍ଧୀୟ ରୋଗ ମାମଲାରେ ଅଧିକ ନଜର ରଖିବାକୁ କହିଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ।