ଭାରତ-ନ୍ୟୁଜିଲାଣ୍ଡ ବିଶ୍ୱକପ ପ୍ରଥମ ସେମିଫାଇନାଲ । ଟସ୍ ଜିତିଲା କିୱି ଟିମ୍, ପ୍ରଥମେ କରିବ ବ୍ୟାଟିଂ ।

216

କନକ ବ୍ୟୁରୋ : ଇଂଲଣ୍ଡର ମାଂଚେଷ୍ଟରରେ ଆଉ କିଛି ସମୟ ପରେ ଆରମ୍ଭ ହେବ ମହା ମୁକାବିଲା । ବିଶ୍ୱକପରେ ଖେଳାଯିବ ପ୍ରଥମ ସେମିଫାଇନାଲ ମ୍ୟାଚ୍ । ମାଂଚେଷ୍ଟରରେ ମୁହାଁମୁହିଁ ହେବେ ଟିମ୍ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ । ତେବେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛନ୍ତି ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ୍ ।

ଆଜି ମାଂଚେଷ୍ଟରରେ ଦେଖିବାକୁ ମିଳିବ ହାଇଭୋଲଟେଜ୍ ମ୍ୟାଚ୍ । ଅପରାହ୍ନ ୩ଟାରେ ମାଂଚେଷ୍ଟରର ଓଲଡ ଟ୍ରାଫୋର୍ଡରେ ଏହି ମ୍ୟାଚକୁ ଅପେକ୍ଷା କରି ରହିଛନ୍ତି କୋଟି କୋଟି କ୍ରିକେଟ୍ ଫ୍ୟାନ୍ । ବର୍ତମାନ ଟିମଇଣ୍ଡିଆର ଫର୍ମ ଓ ଟିମ୍ କଂବିନେସନକୁ ଦେଖିଲେ ଯେ କେହି ବି କହିବେ ଭାରତୀୟ ଟିମ୍ ନ୍ୟୁଜିଲାଣ୍ଡ ଠାରୁ ଶକ୍ତିଶାଳୀ । ତେବେ ୬ ଥର ସେମି ଫାଇନାଲ ଖେଳିଥିବା ଭାରତ ଜିତିଛି ୩ , ହାରିଛି ୩ ଥର । ଅନ୍ୟପଟେ କିନ୍ତୁ ନ୍ୟୁଜିଲାଣ୍ଡ ୭ ଥର ବିଶ୍ୱକପ୍ ସେମି ଫାଇନାଲ ଖେଳିଥିଲେ ମଧ୍ୟ ଗୋଟିଏ ଥର ସେମି ଅତିକ୍ରମ କରି ଫାଇନାଲକୁ ପ୍ରବେଶ କରିଛି । ତେଣୁ ବିଶ୍ୱକପ୍ ସେମି ରେକର୍ଡ ନ୍ୟୁଜିଲାଣ୍ଡର ଭଲ ନାହିଁ । ଏଥର ୱିଲିୟମସନ୍ ଟିମ୍ ନଜର ରଖିବ ଫାଇନାଲକୁ ଦ୍ୱିତୀୟ ଥର ପ୍ରବେଶ କରିବାକୁ । ହେଲେ ଏଥିରେ ବାଧକ ହୋଇପାରେ ଦଳର ଅସ୍ଥିର ବ୍ୟାଟିଂ ଲାଇନ୍ ।